Wednesday, August 12, 2026
27 C
Odisha

    ଗାଡିରେ ବାନ୍ତି ଲାଗୁଥିଲେ କରନ୍ତୁ ଏହି ମୁଦ୍ରା

    ଆଗକୁ ପଢନ୍ତୁ

    ଅନେକ ଲୋକ ଅଛନ୍ତି ଯେଉଁମାନେ କାର, ବସ୍, ଟ୍ରେନ୍, ଜାହାଜ କିମ୍ବା ଯେକୌଣସି ଯାନବାହନରେ ବସିବା ମାତ୍ରେ ବାନ୍ତି ଭଳି ଅସୁସ୍ଥତାର ସମସ୍ୟାରେ ଆକ୍ରାନ୍ତ ହୁଅନ୍ତି। ସେମାନଙ୍କର କାର୍‌ରେ ବସିବାର ଅଳ୍ପ ସମୟ ମଧ୍ୟରେ ମୁଣ୍ଡ ବୁଲାଇବା, ନିମ୍ନ ରକ୍ତଚାପ, ସ୍ନାୟବିକ ସମସ୍ୟା, ବେହୋସ, ବାନ୍ତି ଇତ୍ୟାଦି ସମସ୍ୟା ଆରମ୍ଭ ହୁଏ।ଏହିଭଳି ସମସ୍ୟା କାରଣରୁ ସେମାନଙ୍କ କୌଣସି ସ୍ଥାନକୁ ଯାତ୍ରା କରିବା ଏକ କଷ୍ଟକର କାର୍ଯ୍ୟ ପରି ମନେହୁଏ। ଏପରି କ୍ଷେତ୍ରରେ କୌଣସି ବି ଔଷଧ ନାହିଁ ଯାହା ସବୁଦିନ ପାଇଁ ଭ୍ରମଣ କରିବା ସମୟରେ ବାନ୍ତି ସମସ୍ୟାକୁ ରୋକି ପାରିବ।ଆପଣ ଯଦି ଏହି ସମସ୍ୟା ସହିତ ସଂଘର୍ଷ କରୁଛନ୍ତି କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ଏହିଭଳି ଅସୁସ୍ଥତା ହେତୁ ଯାତ୍ରା କରିବାକୁ ଚାହୁଁନାହାଁନ୍ତି, ତେବେ ଏହା ମାନସିକ ସ୍ତରରେ ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଏନେଇ କୌଣସି ଔଷଧ ନଥିଲେ ମଧ୍ୟ ଯୋଗ ଆପଣଙ୍କୁ ସାହାଯ୍ୟ କରିପାରିବ। ତେବେ କେଉଁ ଯୋଗ ମୁଦ୍ରା ଏହି ସମସ୍ୟାକୁ ଦୂର କରିବ ଆସନ୍ତୁ ଜାଣିବା।ଭ୍ରମଣ ସମୟରେ ଏହିପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଶୂନ୍ୟମୁଦ୍ରା ରାମବାଣ ଭଳି କାମ କରେ। ଏହା କରିବା ଦ୍ୱାରା ଶରୀରରେ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପ୍ରବାହିତ ହୁଏ ଏବଂ ଏହା ବାନ୍ତି ଭଳି ସମସ୍ୟାକୁ ଦୂର କରିଥାଏ।

    କିପରି କରିବେ ଶୂନ୍ୟ ମୁଦ୍ରା:

    ସର୍ବପ୍ରଥମେ, ହାତର ମଝି ଆଙ୍ଗୁଠିକୁ ବୁଢା ଆଙ୍ଗୁଠିର ମୂଳରେ ରଖନ୍ତୁ ଏବଂ ବୁଢା ଆଙ୍ଗୁଠି ସାହାଯ୍ୟରେ ମଝି ଆଙ୍ଗୁଠିକୁ ଦବାନ୍ତୁ। ଦୁଇ ହାତରେ ଏହି ମୁଦ୍ରା କରନ୍ତୁ ଏବଂ ଆଖି ବନ୍ଦ କରନ୍ତୁ। ମୁଦ୍ରା ସମୟରେ ଦୀର୍ଘ ଶ୍ୱାସ ନିଅନ୍ତୁ। ଏହିପରି କିଛି ମିନିଟ୍ ବସିବା ପରେ ମନ ଶାନ୍ତ ହୋଇଯିବ ଏବଂ ବାନ୍ତି, ସ୍ନାୟବିକ ସମସ୍ୟା ଆଦି ଦୂର ହୋଇଯାଏ।

    ଯାତ୍ରା ସମୟରେ ଆପଣ ଯଦି ଏହି ସମସ୍ୟା ଭୋଗୁଛନ୍ତି, ତେବେ କାର୍‌ରେ ବସି ଏହି ମୁଦ୍ରା କରନ୍ତୁ ଏବଂ କୌଣସି ଚିନ୍ତା ନକରି ଯାତ୍ରାକୁ ଉପଭୋଗ କରନ୍ତୁ। ଏହି ଯୋଗ ମୁଦ୍ରା ଦ୍ୱାରା ଯାତ୍ରା ଚାପମୁକ୍ତ ହେବ।

    ଏହି ମୁଦ୍ରା ବ୍ୟତୀତ ଆପଣ ପ୍ରତ୍ୟେକ ଦିନ ଟାଡାସନ, ବୃକ୍ଷାସନ, ଉଷ୍ଟ୍ରାସନ, ବୀରଭଦ୍ରାସନ, ଗରୁଡାସନ ଆଦି ମଧ୍ୟ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27 ° C
    27 °
    27 °
    86 %
    0.5kmh
    100 %
    Wed
    28 °
    Thu
    28 °
    Fri
    26 °
    Sat
    25 °
    Sun
    28 °

    ସମ୍ବନ୍ଧିତ