Friday, October 2, 2026
22.9 C
Odisha

    ପିଆଜ ହଟେଇବ ମଶା ଓ ମାଛି

    ଆଗକୁ ପଢନ୍ତୁ

    ବର୍ଷା ଋତୁରେ ପ୍ରାୟତଃ କୀଟପତଙ୍ଗର ବୃଦ୍ଧି ଦେଖାଯାଏ। ଏହାକୁ ନେଇ ଅନେକ ଲୋକ ବିରକ୍ତ ହୁଅନ୍ତି। ଏହି ସମୟରେ ମଶା-ମାଛିମାନଙ୍କର ସଂଖ୍ୟା ମଧ୍ୟ ବଢିଯାଏ। ଦିନ ରାତି ମଶା କାମୁଡିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ। ଏହାଛଡା ଝିଟିପିଟି, ଅସରପ ଆଦି ମଧ୍ୟ ଭାରି ହଇରାଣ କରନ୍ତି।ଏହିପରି ସମସ୍ୟା ଯେତେବେଳେ ହୁଏ, ଘରେ ରୋଗ ମଧ୍ୟ ବଢିବାରେ ଲାଗେ ଏବଂ ହଇରାଣ ହେବାକୁ ପଡିଥାଏ। ଏହା ପ୍ରାୟ ସେହିମାନଙ୍କୁ ହୋଇଥାଏ ଯେଉଁମାନେ ଘରର ପରିଷ୍କାର ପରିଚ୍ଛନତା ଉପରେ ଯତ୍ନ ନିଅନ୍ତି ନାହିଁ। ଏହି ଋତୁରେ, ରୋଷେଇ ଘରେ ଅସରପା, କାନ୍ଥରେ ଝିଟିପିଟି ଏବଂ କାନ ପାଖରେ ମଶାମାନଙ୍କ ଉତ୍ପାତ ଅନେକ ଅସୁବିଧାରେ ପକାଇଥାଏ।ତେବେ ଏହିସବୁ କୀଟପତଙ୍କକୁ ଘଉଡେଇବା ପାଇଁ ଅନେକ ଲୋକ ରାସାୟନିକ ଔଷଧ ବ୍ୟବହାର କରନ୍ତି, କିନ୍ତୁ ଏହି ଜିନିଷଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଏ। ଏଥିପାଇଁ ଆପଣ ଘରେ ଏମିତି କିଛି ଉପାୟକୁ ଚେଷ୍ଟା କରିପାରିବେ ଯାହା ଏହି ସମସ୍ତ ସମସ୍ୟା ଦୂର କରିବ ଏବଂ ସ୍ୱାସ୍ଥ୍ୟ ପାଇଁ କୌଣସି କ୍ଷତି ପହଞ୍ଚାଇବ ନାହିଁ।

    ପିଆଜ ଉପଚାର:

    ସମସ୍ତଙ୍କ ଘରେ ପିଆଜ ସହଜରେ ମିଳେ। ସର୍ବପ୍ରଥମେ ଗୋଟିଏ ପିଆଜ ନେଇ ଉପରୁ କାଟି ଏକ କଣା ତିଆରି କରନ୍ତୁ। ତା’ପରେ ସେଥିରେ ଏକ ବତୀ ତିଆରି କରନ୍ତୁ, ଏହାକୁ ସୋରିଷ ତେଲରେ ବୁଡ଼ାନ୍ତୁ। ଏହା ପରେ ଏଥିରେ ଆଉ କିଛି ତେଲ ଦିଅନ୍ତୁ। ତା’ପରେ ଏହାକୁ ଜାଳି ନିଜ କୋଠରୀରେ ରଖନ୍ତୁ। ଏହା ମଶା, ଅସରପା ଏବଂ ଝିଟିପିଟିମାଙ୍କୁ ଦୂରେଇ ରଖିବ ଏବଂ ଆପଣ ଶାନ୍ତିରେ ଶୋଇ ପାରିବେ।

    ଅନ୍ୟାନ୍ୟ ସହଜ ଉପାୟ

    ଘରକୁ ସଫାସୁତୁରା ରଖିବା ଦ୍ୱାରା ମଶା, ଅସରପା ଏବଂ ଝିଟିପିଟି ବହୁ ପରିମାଣରେ ରୋକିଥାଏ। ବିଶେଷକରି ପ୍ରତିଦିନ ରୋଷେଇ ଘର ଏବଂ ବାଥରୁମକୁ ସଫା କରନ୍ତୁ।

    ଏହିସବୁ କୀତପତଙ୍ଗ ସାଧାରଣତଃ ଘର କୋଣରେ ଲୁଚି ରୁହନ୍ତି। ସେସବୁକୁ ଚିହ୍ନଟ କରନ୍ତୁ ଏବଂ ଏହି ସ୍ଥାନଗୁଡିକ ସଫା କରନ୍ତୁ।

    ଖାଦ୍ୟ ସାମଗ୍ରୀକୁ ଘୋଡ଼ାଇ ରଖନ୍ତୁ। ଖାଇବା ପରେ ବାସନକୁ କେବେ ବି ସେମିତି ନ ପକେଇ, ତୁରନ୍ତ ଧୋଇ ଦିଅନ୍ତୁ।

    ନିମ ପତ୍ର, ଲବଙ୍ଗ, ଲୁଣ ପରି ପ୍ରାକୃତିକ ଉପଚାର ବ୍ୟବହାର କରି ଏହିସବୁ କୀଟପତଙ୍ଗ ମଧ୍ୟ ତଡ଼ି ଦିଆଯାଇପାରେ।

    ସମସ୍ତ ପଦକ୍ଷେପ ସତ୍ତ୍ୱେ ଯଦି ସମସ୍ୟାର ସମାଧାନ ନ ହୁଏ, ତେବେ ଆପଣ ରାସାୟନିକ କିମ୍ବା ଅଣ-ରାସାୟନିକ କୀଟନାଶକର ସାହାଯ୍ୟ ନେଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ