Saturday, January 24, 2026
29 C
Odisha

    ଘରୋଇ ଡାକ୍ତରଖାନା ନାଁରେ ଅଙ୍ଗ ଚୋରି ଅଭିଯୋଗ: କବରତଳୁ କଢ଼ାହେଲା ମୃତଦେବ

    ଆଗକୁ ପଢନ୍ତୁ

    କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲ ବିରୋଧରେ ଅଙ୍ଗ ଚୋରି ଅଭିଯୋଗ ହୋଇଛି। କନ୍ଧମାଳ ବାଲିଗୁଡାର ବାବୁଲା ଦିଗାଲଙ୍କ ଅଙ୍ଗ ଚୋରି ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ, ମେଡିକାଲ ପକ୍ଷରୁ ମୋଟା ଅଙ୍କର ଟଙ୍କା ନେଇ ଅସ୍ତ୍ରୋପଚାର ସଫଳ ହୋଇଛି କହିବା ପରେ, ପରିବାର ଲୋକଙ୍କୁ ମୃତ ଦେହ ଦିଆଯାଇଥିଲା। ମୃତ ବାବୁଲାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କ ପେଟ କାହିଁକି କଟାଯାଇଥିଲା ବୋଲି ପରିବାର ଲୋକେ ମେଡିକାଲ କର୍ମଚାରୀଙ୍କୁ ପଚାରିଥିଲେ। ହେଲେ ମେଡିକାଲ ପକ୍ଷରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରି ନ ଥିଲା। ଏହି ଖବର ଗଣମାଧ୍ୟମରେ ପ୍ରସାର ହେବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି। ଘଟଣାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପାଇଁ ପୋଲିସ କବର ଖୋଳି ମୃତଦେହ ଜବତ କରିଛି ।
    ସୂଚନାଯୋଗ୍ୟ, କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଟିକରବାଜୁ ଗାଁର ବାବୁଲା ଦିଗାଲ ଗତ ୧୩ ତାରିଖରେ ସମ୍ପର୍କୀୟଙ୍କ ଘରକୁ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ପ୍ରଥମେ ସ୍ଥାନୀୟ ହସ୍ପିଟାଲ ପରେ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ପରେ କଟକର ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ହେଲେ ବାବୁଲାଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ ତାଙ୍କ ପେଟ କାହିଁକି କଟାଯାଇଥିଲା ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ଏଥିସହ ବାବୁଲାଙ୍କ ମୃତଦେହରୁ କିଡ଼ନୀ ବାହାର କରାଯାଇଥିବା ବି ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭତ୍ତିକରିର ପୋଲିସ କବର ଖୋଳି ତଦନ୍ତ ଆରମ୍ଭ କରିଛି ।
    ବାଲିଗୁଡା ମାଜିଷ୍ଟେଟ ସହକାରୀ କଲେକ୍ଟର ହରେକୃଷ୍ଣ ରାଉତ, ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ, ବାରଖମା ଫାଣ୍ଡି ଅଧିକାରୀ ବିକାଶ କୁମାର ଜାଲି, ଯୁଗଳ ନାୟକଙ୍କ ଉପସ୍ଥିତିରେ କବର ଖୋଳି ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    17 %
    3.4kmh
    0 %
    Sat
    27 °
    Sun
    30 °
    Mon
    31 °
    Tue
    32 °
    Wed
    33 °

    ସମ୍ବନ୍ଧିତ