Wednesday, March 4, 2026
19.6 C
Odisha

    ଚଷମା ବ୍ୟବହାର କରିବା ବଦଳରେ ଲେନ୍ସ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏହାକୁ ନେଇ କ’ଣ କହୁଛନ୍ତି ଡାକ୍ତର

    ଆଗକୁ ପଢନ୍ତୁ

    ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଚଷମା ପିନ୍ଧିବାକୁ ପସନ୍ଦ କରନ୍ତିନାହିଁ, ଯେଉଁଥିପାଇଁ ସେମାନେ କଣ୍ଟାକ୍ଟ ଲେନ୍ସ ପିନ୍ଧିଥାନ୍ତି । ବର୍ତ୍ତମାନ ସମୟରେ କଣ୍ଟାକ୍ଟ ଲେନ୍ସ କେବଳ ଚଷମାର ଏକ ବିକଳ୍ପ ନୁହେଁ ବରଂ ଫ୍ୟାସନ୍ ରୂପେ ମଧ୍ୟ ବ୍ୟବହାର କରାଯାଉଛି । ଏହା ଦୃଷ୍ଟି ଶକ୍ତିକୁ ଉନ୍ନତ କରିବା ସହ ଆଖିକୁ ଭଲ ଆକର୍ଷଣ ଲୁକ୍ ଦେଇଥାଏ । ବଜାରରେ ଅନେକ ପ୍ରକାର କଣ୍ଟାକ୍ଟ ଲେନ୍ସ ମିଳିଥାଏ । ଏହି ଲେନ୍ସ ମଧ୍ୟରୁ କେଉଁଟା ଗୋଟିଏ ଥିର ପାଇଁ ତ ଆଉ କେଉଁଟା ଅଧିକ ସମୟ ପାଇଁ ବ୍ୟବହାର କରାଯାଏ । ଆଖିକୁ ଏକ ଆକର୍ଷଣୀୟ ଲୁକ ଦେବା ପାଇଁ ଉଭୟ ମହିଳା ଏବଂ ପୁରୁଷମାନେ ଏହାକୁ ବ୍ୟବହାର କରୁଛନ୍ତି । ହେଲେ ଏହାକୁ ବ୍ୟବହାର କରିବା ସମୟରେ ସର୍ତକତା ଅବଲମ୍ବନ କରିବା ନିହାତି ଆବଶ୍ୟକ ହୋଇଥାଏ । କାରଣ ଲେନ୍ସ ବ୍ୟବହାର ସମୟରେ ସାମାନ୍ୟ ଭୁଲ୍ ବି ଆଖିକୁ ବଡ଼ କ୍ଷତି ପହଞ୍ଚାଇପାରେ ।

    ଜାଣନ୍ତୁ କ’ଣ କହନ୍ତି ଡାକ୍ତର?

    ଚକ୍ଷୁରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିବା ସମୟରେ ଟିକେ ଅସାବଧାନତା ଯୋଗୁ ଆପଣଙ୍କ ଆଖିରେ କ୍ଷତି ହୋଇପାରେ । ଲେନ୍ସ ଠିକ୍ ଭାବେ ନ ପିନ୍ଧିଲେ କିମ୍ବା ପରିଷ୍କାର ପରିଚ୍ଛନତା ପ୍ରତି ଧ୍ୟାନ ନଦେଲେ ଆଖିରେ ବ୍ୟାକ୍ଟେରିଆ ଫଙ୍ଗଲ ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ । ଫଳରେ ଦୃଷ୍ଟି ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ । ତେଣୁ କଣ୍ଟାକ୍ଟ ଲେନ୍ସକୁ ସବୁବେଳେ ସଫା ରଖିବା ନିହାତି ଆବଶ୍ୟକ ହୋଇଥାଏ ।

    ଭୁଲ ଉପାୟରେ ଲେନ୍ସ ପିନ୍ଧିଲେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ, ଯେପରି – ଆଖି ପୋଡ଼ାଜଳା ହେବା, ଲାଲ୍ ପଡ଼ି ଯିବା, ବ୍ୟାକ୍ଟେରିଆ ଓ ଫଙ୍ଗଲ ସଂକ୍ରମଣ, କର୍ନିଆଲ ଅଲସର୍ କିମ୍ବା ଘା’, ଦୃଷ୍ଟି ଶକ୍ତି ଖରାପ ହେବା, ଶୁଷ୍କ ଆଖି ଇତ୍ୟାଦି ।

    କଣ୍ଟାକ୍ଟ ଲେନ୍ସ ପିନ୍ଧିବାର ଠିକ୍ ଉପାୟ :

    • ଲେନ୍ସକୁ ସବୁବେଳେ ସଠିକ୍ ଭାବରେ ପିନ୍ଧିବା ଆବଶ୍ୟକ । ଏହାକୁ ପିନ୍ଧିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।

    • ସବୁବେଳେ ସଫା ଏବଂ ସୁଖିଲା ହାତରେ ଲେନ୍ସ ଲଗାନ୍ତୁ ।

    • ଆଖି କୁଣ୍ଡେଇ ହେଲେ କିମ୍ବା ପୋଡ଼ାଜଳା ହେଲେ ତୁରନ୍ତ ଲେନ୍ସ ବାହାର କରନ୍ତୁ ।

    • ୮-୧୦ ଘଣ୍ଟାରୁ ଅଧିକ ସମୟ ଲେନ୍ସ ଲଗାନ୍ତୁ ନାହିଁ ।

    • ଡାକ୍ତର ପରାମର୍ଶ ଦେଇଥିବା ଅନୁସାରେ ହିଁ ଲେନ୍ସ ବ୍ୟବହାର କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.6 ° C
    19.6 °
    19.6 °
    29 %
    1.2kmh
    0 %
    Wed
    35 °
    Thu
    37 °
    Fri
    37 °
    Sat
    38 °
    Sun
    36 °

    ସମ୍ବନ୍ଧିତ