Wednesday, August 19, 2026
24.8 C
Odisha

    ସ୍ୱାମୀ ଓ ସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ଦୁର୍ବୃତ୍ତ ଲୁଟିନେଲେ ୧୫ ଭରି ସୁନା ଅଳଙ୍କାର ଓ ୭ ଲକ୍ଷ ଟଙ୍କା

    ଆଗକୁ ପଢନ୍ତୁ

    ଲଇକେରା  : ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ତାଲମୁଣ୍ଡାରେ ସଶସ୍ତ୍ର ଡକାୟତି। ସ୍ୱାମୀ ଓ ସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ମାଡମାରି ଦୁର୍ବୃତ୍ତ ଲୁଟିନେଲେ ୧୫ ଭରି ସୁନା ଅଳଙ୍କାର ଓ ପ୍ରାୟ ୭ ଲକ୍ଷ ଟଙ୍କା। ସ୍ୱାମୀ ଓ ସ୍ତ୍ରୀ ଆହତ।ପୁଲିସର ତଦନ୍ତ ଆରମ୍ଭ।

    ସୂଚନା ଅନୁସାରେ, ଗତକାଲି ସୋମବାର ତାଳମୁଣ୍ଡା ଗ୍ରାମର ପ୍ରକାଶ ନାଏକ ଓ ତାଙ୍କ ପତ୍ନୀ ଝିଲି ନାଏକ ଘରେ ଶୋଇଥିବା ବେଳେ ରାତ୍ରି ପ୍ରାୟ ୧ଟା ବେଳେ ୫ ଜଣ ମୁଖା ପିନ୍ଧା ଯୁବକ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେମାନେ ଦୁଇ ଜଣଙ୍କ ହାତ ଗୋଡ଼ ବାନ୍ଧି ଦେଇ ଖଣ୍ଡା , ବନ୍ଧୁକର ଭୟ ଦେଖାଇ ଘରେ ରଖିଥିବା ୭ ଲକ୍ଷ ଟଙ୍କା ସହିତ ପିନ୍ଧିଥିବା ସୁନା ଗହଣା ଓ ଗଡରେଜ୍ ଭିତରେ ଥିବା ସୁନାଗହଣା ନେଇ ପଳେଇ ଯାଇଥିଲେ ।

    ଡକାୟତଙ୍କ ଖଣ୍ଡାର ଆକ୍ରମଣରେ ପ୍ରକାଶ ନାଏକଙ୍କ ଦୁଇ କାନ୍ଧରେ କ୍ଷତ ହୋଇଥିବା ବେଳେ ଦୁଇ ଜଣଙ୍କର ମୋବାଇଲକୁ କଚାଡ଼ି ଭାଙ୍ଗି ଦେଇଥିଲେ। ୨୦ ମିନିଟ ଭିତରେ ଘରେ କଳା କନା ବୁଲାଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ଝାରସୁଗୁଡା ଏସପି, ଏସଡିପିଓ, ଲଇକେରା ଥାନା ଅଧିକାରୀଙ୍କ ସମେତ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    91 %
    1.9kmh
    73 %
    Wed
    25 °
    Thu
    29 °
    Fri
    29 °
    Sat
    25 °
    Sun
    25 °

    ସମ୍ବନ୍ଧିତ