Thursday, December 26, 2024
24 C
Odisha

    ଛେପ ଢୋକିଲେ, ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼ ସାମିଲ ମନ୍ତବ୍ୟ

    ରାଉରକେଲା; ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବିତ ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼ ଜିଲ୍ଲାକୁ ସାମିଲ କରିବାକୁ ସରକାର ଚାହୁଁଥିବା ମନ୍ତବ୍ୟକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେବା ପରେ ମୁଖ୍ୟମନ୍ତ୍ରୀ ପକାଇଥିବା ଛେପ ଢୋକିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁବାର ଅପରାହ୍ଣରେ ତାଙ୍କ ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ଏ ନେଇ ଏକ ପୋଷ୍ଟ କରି ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଚେଷ୍ଟା କରିଛନ୍ତି । ସୁନ୍ଦରଗଡ଼ବାସୀ ଦୀର୍ଘ ବର୍ଷ ଧରି ଆମକୁ ଆଶୀର୍ବାଦ କରି ଆସୁଛନ୍ତି ଏବଂ ଆମେ ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଉଛୁ ବୋଲି ଦର୍ଶାଇଛନ୍ତି । ସେହିପରି ସୁନ୍ଦରଗଡବାସୀଙ୍କ ଇଚ୍ଛା ବିରୋଧରେ କୌଣସି ପଦକ୍ଷେପ ସରକାର ନେବେ ନାହିଁ, ସୁନ୍ଦରଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପ୍ରକ୍ରିୟା ଚାଲିଥିବା ସୂଚନା ଦେଇ ଏଥିରେ ସେ ସୁନ୍ଦରଗଡ଼କୁ ସାମିଲ କରିବାକୁ ଚାହୁଁଥିବା କହିଥିଲେ । ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼ ଜିଲ୍ଲା ସାମିଲ ହେଲେ ଅଧିକ ଲାଭବାନ ହେବ ବୋଲି ଯୁକ୍ତି ବାଢ଼ିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉକ୍ତ ମନ୍ତବ୍ୟକୁ ନେଇ ଜିଲ୍ଲାବ୍ୟାପି ତୀବ୍ର ପ୍ରତ୍ରିକ୍ରିୟା ଦେଖା ଦେଇଥିଲା । ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ବିରୋଧ କରିବାକୁ ଆଗେଇ ଆସିଥିଲେ । ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟି ଆନ୍ଦୋଳନକୁ ଓହ୍ଲାଇ ସ୍ଥାନୀୟ ଡିଆର୍‌ଡିଏ ଛକରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲା । ସେହିପରି ସିପିଆଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲା । ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଓ ସୁନ୍ଦରଗଡ଼ର ସାଧାରଣ ଜନତାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରା ଯାଇଥିଲା । ସର୍ବ ଭାରତୀୟ ଅଖଣ୍ଡ ଭୂୟାଁ ସମାଜ ମଧ୍ୟ ଆନ୍ଦୋଳନ ଡାକରା ଦେଇଥିଲା । ସାମାଜିକ ଗଣ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଏହି ପୋଷ୍ଟ ପରେ ସର୍ବଭାରତୀୟ ଅଖଣ୍ଡ ଭୂୟାଁ ସମାଜର କେନ୍ଦ୍ରୀୟ ସମ୍ପାଦକ ରାମଚନ୍ଦ୍ର ଅମାତ ସମସ୍ତ ଗଣମାଧ୍ୟମର ଶାଣିତ ସ୍ୱର ପାଇଁ ସରକାର ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ ବୋଲି ଦର୍ଶାଇବା ସହ କୃତଜ୍ଞତା ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    79 %
    1.3kmh
    80 %
    Thu
    22 °
    Fri
    28 °
    Sat
    29 °
    Sun
    29 °
    Mon
    28 °

    ସମ୍ବନ୍ଧିତ