Tuesday, October 6, 2026
31.6 C
Odisha

    ଘରେ କଳହ ଆଦି ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ ଲଗାନ୍ତୁ ଏହି ଗଛ, ପାଆନ୍ତୁ ଭଗବାନଙ୍କ ଆଶିର୍ବାଦ

    ଆଗକୁ ପଢନ୍ତୁ

    ‘ମୁଁ ବିଶ୍ୱାସ କରେ ଭଗବାନଙ୍କୁ ଏବଂ ଅନୁଭବ କରେ ତାଙ୍କୁ, ପ୍ରକୃତି ତଥା ପରିବେଶରେ’
    ପ୍ରକୃତିକୁ ସ୍ୱୟଂ ଇଶ୍ୱରଙ୍କ ସହ ତୁଳନା କରାଯାଇଛି। ପ୍ରକୃତିରେ ଜଡିତ ସବୁକିଛି ଇଶ୍ୱରଙ୍କ ପ୍ରଦତ୍ତ। ଇଶ୍ୱରଙ୍କ ଦ୍ୱାରା ଏହା ବିଭିନ୍ନ ସ୍ୱରୂପରେ ପ୍ରଦର୍ଶିତ ହେଉଛି। ଯାହା ମନୁଷ୍ୟମାନଙ୍କ ପାଇଁ ଅନେକ ମାତ୍ରାରେ ସହାୟକ ହୋଇଥାଏ। ସଧାରଣତଃ ଗଛଲତା ଆମର ବେଶି ଉପକାର କରିଥାନ୍ତି। ଗଛଲତା ପରିବେଶକୁ ସକାରାତ୍ମକ ଉର୍ଜ୍ଜା ପ୍ରବାହ କରିଥାନ୍ତି। ଏହାକୁ ଠିକ୍‌ ସ୍ଥାନରେ ଲଗାଇଲେ ଘରର ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ। ଏମିତି କିଛି ସ୍ଥାନ ଅଛି ଯେଉଁଠି ଗଛ ଲଗାଇଲେ, ଏହା ନକାରାତ୍ମକ ଉର୍ଜ୍ଜା ଉତ୍ପନ କରେ।

    ବିଶ୍ୱାସ ରହିଛି ଯେ ଉଚ୍ଚତା ଥିବା ଗଛ ଯିଏ ଫଳ ଦିଏ ତା’ର ସମ୍ବନ୍ଧ ସୂର୍ଯ୍ୟଦେବଙ୍କ ସହ ରହିଥାଏ। ବୃନ୍ଦାବତୀ ତଥା ତୁଳସୀ ଗଛକୁ ମା’ ଲକ୍ଷ୍ମୀଙ୍କ ସ୍ୱରୂପ ମନାଯାଏ। ଯଦି ଆପଣଙ୍କ ଘରେ ନକାରାତ୍ମକ ଉର୍ଜ୍ଜା ରହିଛି ତେବେ ଆପଣ ତୁଳସୀ ଗଛ ଲଗାଇ ଏହି ଦୋଷକୁ ଦୂର କରିପାରିବେ। ବିଶ୍ୱାସ ରହିଛି ଯେ, ବିଦ୍ୟାର୍ଥୀମାନେ କଦଳୀ ଗଛ ତଳେ ପଢ଼ିଲେ ତାଙ୍କର ସ୍ମରଣ ଶକ୍ତି ବଢ଼ିଥାଏ। ପାଠ ମନେ ରୁହେ। ସେପରି ଘରର ଆଖପାଖରେ ନିମ ଗଛ ରହିଲେ ବହୁତ ଶୁଭ ହୋଇଥାଏ। ଏହା ଘରକୁ ସକାରାତ୍ମକ ଶକ୍ତି ପ୍ରବାହ କରିଥାଏ।

    ବରଗଛ ଘର ପାଖରେ ରହିଲେ ଏହା ନକାରାତ୍ମକ ଉର୍ଜ୍ଜା ପ୍ରବାହ କରିଥାଏ। ତେଣୁ ଏହି ଗଛକୁ ଭୁଲରେ ବି ଆପଣ ନିଜ ଘରେ ଲଗାନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ। ଯଦିି ବି ଏହା ଆପଣଙ୍କ ଘରେ ଉଠିଥାଏ ,ତେବେ ଆପଣ ଏହାକୁ ମନ୍ଦିରରେ ଯାଇ ଲଗାଇ ପାରିବେ। ସେହିପରି କ୍ୟାକଟସ୍‌ କୁ ଘରେ ଲଗାଇବା ଅଶୁଭ ମନାଯାଏ। ଘରେ ବାଉଁଶ ଗଛ ମଧ୍ୟ ଲଗାଇବା ଅନୁଚିତ୍‌। ଏହାଦ୍ୱାରା ଆପଣଙ୍କ କୌଣସି କାମ ପୂରା ହୋଇନଥାଏ। ଭୁଲରେ ବି ଆପଣ କଣ୍ଟା ଗଛ ଲଗାନ୍ତୁ ନାହିଁ। ଏହାଦ୍ୱାରା ଘରେ କଳହ ବଢ଼ିଥାଏ। ଘର ସାମ୍ନାରେ ଜାମୁକୋଳି ଗଛ , ଅମୃତଭଣ୍ଡା ଗଛ ବ୍ୟତିତ ଆଉ କୌଣସି ଗଛ ଲଗାନ୍ତୁ ନାହିଁ। ଏଭଳି ଗଛ ଘରେ ଭୟ ଉତ୍ପନ କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ