Friday, March 13, 2026
22 C
Odisha

    ଜଙ୍ଗଲରେ ଫିଙ୍ଗିଦେଲେ ଗର୍ଭବତୀଙ୍କ ମୃତଦେହ

    ଆଗକୁ ପଢନ୍ତୁ

    ବଲାଙ୍ଗୀର: ଏବେବି ରହିଛି ଅନ୍ଧ ବିଶ୍ୱାସ। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବୈଦିପାଲି ଗାଁ ନିକଟ ପତ୍ରା ଜଙ୍ଗଲରେ ବୁଧବାର ସକାଳେ ଜଣେ ଗର୍ଭବତୀ ମହିଳାଙ୍କ ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ମହିଳା ଜଣକ ଶିବତଲା ଶ୍ରୀରାମପୁର ଗାଁର ସୂର୍ଯ୍ୟ ମାଝିଙ୍କ ସ୍ତ୍ରୀ କଲ୍ୟାଣୀ (୨୪) ବୋଲି ଚିହ୍ନଟ କରାଯାଇଛି। ଗତ ୧୬ ତାରିଖ ଦିନ ବୁର୍ଲା ଭୀମ୍‌ସାର ମେଡିକାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜାତି ପ୍ରଥା ପରମ୍ପରା ଅନୁଯାୟୀ, ଗର୍ଭବତୀ ଥିବା ମହିଳାଙ୍କ ମୃତ୍ୟୁ ହେଲେ ତାଙ୍କୁ ଦାହ କିମ୍ବା ପୋତା ନ ଯିବା ନିୟମ ଥିବାରୁ ତାଙ୍କୁ ଜଙ୍ଗଲରେ ଫିଙ୍ଗିଦେଲୁ ବୋଲି ମୃତ କଲ୍ୟାଣୀଙ୍କ ସ୍ବାମୀ ସୂର୍ଯ୍ୟ ମାଝି କହିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସାଇଣ୍ଟିଫିକ ଟିମ୍‌ ମଧ୍ୟ ଛାନ୍‌ଭିନ୍‌ ଆରମ୍ଭ ହୋଇଛି। ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ, ସଦର ଆଇଆଇସି ରାଜକୁମାର ବିଶ୍ବାଳ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି। ଘଟଣାଟି ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    1.1kmh
    0 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ