Sunday, December 22, 2024
23.5 C
Odisha

    ଜାତୀୟ ମୁଟ କୋର୍ଟ ପ୍ରତିଯୋଗିତାରେ ସୋଆ ଆଇନ୍ ଛାତ୍ରଛାତ୍ରୀ ବିଜୟୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୨୧/୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ତିନି ଜଣ ଛାତ୍ରଛାତ୍ରୀ ନିକଟରେ ଜାଭିୟର୍ ଲ ସ୍କୁଲ୍‌ରେ ଆୟୋଜିତ ଜାତୀୟ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୪ରେ ବିଜୟୀ ହୋଇଛନ୍ତି ।
    ଫେବୃଆରୀ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜାଭିୟର ଲ ସ୍କୁଲ୍ ଏବଂ କମ୍ପିଟିସନ୍ କମିଶନ ଅଫ୍ ଇଣ୍ଡିଆ ମିଳିତ ଭାବେ ଆୟୋଜନ କରିଥିଲେ । ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ସ୍ନିଲ୍ ଓ ନ୍ୟାସ୍‌ନାଲ୍ ଲ ଇନ୍‌ଷ୍ଟିଚ୍ୟୁଟ୍ ୟୁନିଭର୍ସିଟି, ଭୋପାଳ ପରସ୍ପରର ସାମ୍ନା କରିଥିଲେ ଓ ସ୍ନିଲ୍ ଚାମ୍ପିଅନ୍ ହୋଇଥିଲା । ସ୍ନିଲ୍‌ର ୫ମ ବର୍ଷ ବିବିଏଲ୍‌ଏଲ୍‌ବିର ଛାତ୍ର ପ୍ରାଞ୍ଜଲ୍ ମିଶ୍ର ଓ ଛାତ୍ରୀ ରିଦ୍ଧି ଜୈନ୍ ଏବଂ ଚତୁର୍ଥ ବର୍ଷ ବିଏଏଲ୍‌ଏଲ୍‌ବି ଛାତ୍ରୀ କୋମଲ୍ ସିଂ ଟିମ୍‌ରେ ସାମିଲ ଥିଲେ । ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୩ରେ ସାରା ଦେଶର ଲ ସ୍କୁଲ୍ ମଧ୍ୟରେ ସ୍ନିଲ ୮ମ ସ୍ଥାନ ହାସଲ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    59 %
    1.6kmh
    92 %
    Sun
    26 °
    Mon
    27 °
    Tue
    27 °
    Wed
    29 °
    Thu
    30 °

    ସମ୍ବନ୍ଧିତ