Friday, May 9, 2025
38.3 C
Odisha

    ଟ୍ରକ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

    ଆଗକୁ ପଢନ୍ତୁ

    ସୋର : ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ଫଳରେ ବାରିକପୁର ଆଦିରୁପା ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଜଣେ ସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଦାଣ୍ଡ ହରିପୁର ଗ୍ରାମର ଅଭିରାମ ମଳିକ ବୋଲି ଜଣାଯାଇଛି ।

    ସୂଚନା ଅନୁସାରେ ଆଜି ସକାଳେ ଅଭିରାମ ମଳିକ ସାଇକେଲ ଯୋଗେ ବାରିକପୁର ହାଟକୁ ଯାଉଥିଲେ । କିନ୍ତୁ ଆଦିରୂପା ପେଟ୍ରୋଲ ପମ୍ପ ସମ୍ମୁଖରେ ସେ ଯାଉଥିବା ବେଳେ ଟାଙ୍କି ଚାଉଳ ବୋଝେଇ ଟ୍ରକଟି ବାହାରି ସାଇକେଲ ସହ ଅଭିରାମଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଭିରାମଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଉଭୟ ପାର୍ଶ୍ଵରେ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ବନ୍ଦ କରିଥିଲେ । ଖବର ପାଇ ସୋର ଅତିରିକ୍ତ ତହସିଲଦାର ଦୈତାରି ମଲିକ ଓ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ସୋର ମେଡିକାଲକୁ ପଠାଇଥିଲେ । ଟ୍ରକକୁ ଜବତ କରି ଥାନାକୁ ଆଣିବା ସହିତ ତଦନ୍ତ ଜାରି ରଖିଛି ପୋଲିସ । ମୃତ ବ୍ୟକ୍ତିଙ୍କ କ୍ଷତିପୁରଣ ବାବଦରେ ରେଡକ୍ରସରୁ ୧୦ହଜାର ଟଙ୍କା ପ୍ରଦାନର ପ୍ରତିଶ୍ରୁତି ପରେ ରାଜପଥରୁ ଧାରଣା ହଟିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    20 %
    2.4kmh
    68 %
    Fri
    40 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ