Friday, June 6, 2025
27 C
Odisha

ଟ୍ରେନରେ କଟି ଯୁବକ ମୃତ

ଆଗକୁ ପଢନ୍ତୁ

ବରଗଡ଼ : ବରଗଡ଼ ଜିଲ୍ଲା ଅତାବିରା ରେଳ ଷ୍ଟେସନରୁ ମାତ୍ର ୩ କିମି ଦୂରରେ କଣ୍ଡପାଲି ଗ୍ରାମ ଦେଇ ଯାଇଥିବା ରେଳ ଧାରଣାରେ ଆଜି ସକାଳେ ଜଣେ ଯୁବକଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ପରିବାର ବର୍ଗ ସକାଳ ୮ଟାରେ ପହଞ୍ଚି ତାଙ୍କୁ ଚିହ୍ନଟ କରିଥିଲେ। ମୃତକଙ୍କ ପରିବାରଙ୍କ କହିବା ଅନୁସାରେ, ମୃତ ଯୁବକ ହେଉଛନ୍ତି ଝାଡ଼ଖଣ୍ଡର ଗୁମୁଲା ଜିଲ୍ଲା ସିସାଇ ଗ୍ରାମର ବିକାଶ ଓରାମ(୩୦)। ବିବାହକୁ ମାତ୍ର ୯ ମାସ ପୁରିଛି। ସେ ଜଣେ ଗାଡି ଚାଳକ। ଗତ ଚାରି ପାଞ୍ଚ ଦିନ ତଳେ ସେ କାମ ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ, କିନ୍ତୁ ସେଠାରେ କାମ ନ ପାଇ ଘରକୁ ଟ୍ରେନ ଯୋଗେ ଫେରୁଥିଲେ। ଅତାବିରା ଷ୍ଟେସନରେ ଗାଡି କିଛି ସମୟ ଅଟକିଥିଲା। ତେଣୁ ସେ ଟ୍ରେନରୁ ଓହ୍ଲାଇ କିଛି ଜିନିଷ କିଣିବା ପାଇଁ ନିକଟସ୍ଥ ପାନ ଦୋକାନକୁ ଯାଇଥିବାବେଳେ ଟ୍ରେନଟି ଷ୍ଟେସନ ଛାଡ଼ିଦେଇଥିଲା। ତେଣୁ ସେ ଆଉ ଟ୍ରେନକୁ ଧରି ନ ପାରି ରାତି ୧୧ ଟାରେ ଘରକୁ ଫୋନ କରିଥିଲେ। ତାଙ୍କ ପରିବାର କାର ନେଇ ତାଙ୍କୁ ନେବା ପାଇଁ ଆସୁଥିଲେ। କିନ୍ତୁ ଯୁବକ ଜଣକ ସକାଳେ ରେଳ ଲାଇନ ଦେଇ ଚାଲି ଚାଲି ଆଗକୁ ବଢିଥିଲେ। କାନରେ ଇୟରକଡ୍ ଥିବା ଲୋକେ ପ୍ରକାଶ କରିଛନ୍ତି। ପଛପଟୁ ଏକ ରେଳ ଆସିବାବେଳେ ତାଙ୍କ ପଛରେ ଥିବା ଜଣେ ସ୍ଥାନୀୟ ଯୁବକ ଯିଏ କି ନିତ୍ୟକର୍ମ ପାଇଁ ଆସିଥିଲେ, ପଛରୁ ତାଙ୍କୁ ପାଟି କରି କହିଥିଲେ ରେଳ ଲାଇନରୁ ଓହରି ଯିବାକୁ। କିନ୍ତୁ ବୋଧ ହୁଏ ଇୟରକର୍ଡ ଥିବାରୁ ସେ ଶୁଣିପାରି ନଥିଲେ। ଫଳରେ ଟ୍ରେନରେ କଟି ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ତାଙ୍କ ସ୍ତ୍ରୀ ମଞ୍ଜୁ କୁମାରୀ, ଶ୍ବଶୁର, ମାମୁଁ ପୁଅ ଓ ଜଣେ ସାଙ୍ଗ ତାଙ୍କୁ ନେବା ପାଇଁ ପ୍ରଥମେ ଅତାବିରା ଷ୍ଟେସନକୁ ଆସିଥିଲେ। କିନ୍ତୁ ସେଠାରେ ତାଙ୍କୁ ନ ପାଇ ଖୋଜ ଖବର ନେବା ପରେ କାଣ୍ଡପାଳିକୁ ଆସି ମୃତ ଅବସ୍ଥାରେ ପାଇଥିଲେ। ଏହି ଖବର ପାଇ ସ୍ଥାନୀୟ ଗଣମାଧ୍ୟମ ପହଞ୍ଚି ଅତାବିରା ପୁଲିସ ତଥା ସମ୍ବଲପୁର ରେଳ ପୁଲିସକୁ ଖବର ଦେଇଥିଲେ। ତେବେ ଯୁବକ ଜଣକ ଅତାବିରା ଷ୍ଟେସନରେ ଅଛନ୍ତି ବୋଲି ପରିବାର ବର୍ଗକୁ ଜଣାଇବା ପରେ କଣ ପାଇଁ ଆଗକୁ ବଢିଥିଲେ, ତାହା କିଛି ସ୍ପଷ୍ଟ ଜଣା ପଡ଼ିନାହିଁ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
27 ° C
27 °
27 °
66 %
1.3kmh
100 %
Thu
27 °
Fri
38 °
Sat
40 °
Sun
42 °
Mon
42 °

ସମ୍ବନ୍ଧିତ