Friday, October 18, 2024
25 C
Odisha

    ଢେଙ୍କାନାଳରେ ଏକାଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ

    ଆଗକୁ ପଢନ୍ତୁ

    ଶଙ୍ଖ ଭବନରେ ବିଜେଡିର ବଡ଼ ମିଶ୍ରଣ ପର୍ବ । ବିଜେଡିରେ ଯୋଗଦେଲେ ଢେଙ୍କାନାଳର ଏକାଧିକ ଆଗଧାଡ଼ିର ନେତାଙ୍କ ସହ ହଜାର ହଜାର ବିଜେପି କର୍ମୀ । ସାଂସଦ ସସ୍ମିତ ପାତ୍ର, ବିଧାୟକ ସୁଧିର ସାମଲଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ହୋଇଛନ୍ତି ସାମିଲ । ସୂଚନା ଅନୁସାରେ ଢେଙ୍କାନାଳ ଲୋକସଭା ସଂସଦୀୟ କ୍ଷେତ୍ରରୁ ଅନେକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଢେଙ୍କାନାଳ ବିଜେଡି ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ ଓ ବିଧାୟକ ସୁଧୀର ସାମଲଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ନେତା ସାମିଲ ହୋଇଛନ୍ତି । ଜିଲ୍ଲା ସ୍ତରରେ ବିଜେପିର ଅନେକ ପଦାଧିକାରୀ, ମଣ୍ଡଳ ସଭାପତି, ଅନେକ ସରପଞ୍ଚ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ବିଜେଡିକୁ ସ୍ବାଗତ କରିଛନ୍ତି ମୁଖପାତ୍ର ସସ୍ମିତ ପାତ୍ର । ଏହି ଅବସରରେ ଉପସ୍ଥିତ ଥିଲେ ରାଜ୍ଯସଭା ସାଂସଦ ସୁଲତା ଦେଓ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ