Wednesday, March 11, 2026
29.1 C
Odisha

    ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ପରଲୋକ

    ଆଗକୁ ପଢନ୍ତୁ

    ହୃଦଘାତରେ ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ପରଲୋକ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ହୋଇଛି ଦେହାନ୍ତ। ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦାନିଏଲଙ୍କ ମୃତ୍ଯୁ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇଛି। ମୃତ୍ଯୁବେଳକୁ ତାଙ୍କୁ ମାତ୍ର ୪୮ ବର୍ଷ ହୋଇଥିଲା। ପୁରୁସାଇୱାକ୍କମରେ ତାଙ୍କର ଶେଷକୃତ୍ଯ ସମ୍ପନ୍ନ ହୋଇଛି। କମଲ ହାସନଙ୍କ ମୁରୁଧୁନାୟଗାମରେ ସେ ପ୍ରଡକ୍ସନ ମ୍ଯାନେଜର ଭାବେ କ୍ଯାରିଅର ଆରମ୍ଭ କରିଥିଲେ। ପରେ ସେ କେତେକ ଟେଲିଭିଜନ ସିରିଏଲରେ କାର୍ଯ୍ଯ କରିଥିଲେ। କାକା କାକା ଓ ଭେଟ୍ଟାଇଯାଦୁ ବିଲାୟାଦୁରେ ସେ ଅଭିନୟ କରି ପ୍ରଶଂସା ସାଉଣ୍ଟିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    20 %
    2.6kmh
    0 %
    Wed
    31 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ