Tuesday, July 1, 2025
25.5 C
Odisha

    ଦେଶୀ ଗୁଆଘିଅରେ ରୂପଚଯ୍ୟା

    ଆଗକୁ ପଢନ୍ତୁ

    ସମସ୍ତଙ୍କ ଘରେ ଦେଶୀଘିଅ ପ୍ରାୟ ଥିବ। ଘରେ ଥିବା ଏହି ଦେଶୀଘିଅ ବା ଗୁଆଘିଅ ଯେ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ସହାୟକ ହୋଇପାରେ- ଏକଥା ଅନେକ ଭାବି ନଥିବେ। ଏହା ସ୍ବାସ୍ଥ୍ୟ ପାଇଁ ଯେପରି ଉପକାରୀ, ସୌନ୍ଦର୍ଯ୍ୟ ତଥା ତ୍ବଚା ପାଇଁ ମଧ୍ୟ ସେପରି ଲାଭଦାୟକ। ତାହେଲେ ଆସନ୍ତୁ ଜାଣିବା ଦେଶୀଘିଅକୁ କେମିତି ବ୍ୟବହାର କରିବା : –

    ଘିଅକୁ ସିଧାସଳଖ ମୁହଁରେ ଲଗାଇ ହାଲ୍‌କା ମାଲିସ କରିପାରିବେ। ଏହା ଖୁବ୍‌ ଭଲ ପ୍ରଭାବ ପକାଇଥାଏ।

    ଘିଅରେ ଫେସ୍‌ପ୍ୟାକ୍‌ କରି ବ୍ୟବହାର କରିବା ସହଜ ଓ ଉପକାରୀ। ଏଥିପାଇଁ ଏକ ପାତ୍ରରେ କିଛି କ୍ଷୀରସର ନେଇ ତା’ ଉପରେ ୨ଛୋଟ ଚାମଚ ଘିଅ ଏବଂ ଅଧା ଚାମଚ ମହୁ ମିଶାଇ ଦେବେ। ଏହାକୁ ଭଲଭାବେ ଗୋଳାଇସାରିବା ପରେ ଚିମୁଟାଏ ହଳଦୀ ପକାଇ ଆଉଥରେ ଗୋଳାଇଦେବେ। ଏହି ମିଶ୍ରଣକୁ ମୁହଁରେ ଲଗାଇ ଅଧଘଣ୍ଟା ରଖିବା ପରେ ଧୋଇ ଦିଅନ୍ତୁ।

    ଲଗାଇବା ପୂର୍ବରୁ ମଧ୍ୟ ମୁହଁ ଧୋଇ ସଫା କରିଦେବା ଭଲ। ସପ୍ତାହକୁ ଦୁଇଥର ଏହି ଫେସ୍‌ପ୍ୟାକ୍‌ ବ୍ୟବହାର କରିପାରିବେ। ଲଗାଇବା ପୂର୍ବରୁ ଏସବୁ ସାମଗ୍ରୀ ତ୍ବଚାରେ କୌଣସି ପ୍ରତିକ୍ରିୟା କରୁଛି କି ନା ଦେଖିନେବା ଜରୁରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    86 %
    3kmh
    100 %
    Tue
    25 °
    Wed
    27 °
    Thu
    32 °
    Fri
    27 °
    Sat
    28 °

    ସମ୍ବନ୍ଧିତ