Saturday, October 10, 2026
24.4 C
Odisha

    ଦେଶୀ ଗୁଆଘିଅରେ ରୂପଚଯ୍ୟା

    ଆଗକୁ ପଢନ୍ତୁ

    ସମସ୍ତଙ୍କ ଘରେ ଦେଶୀଘିଅ ପ୍ରାୟ ଥିବ। ଘରେ ଥିବା ଏହି ଦେଶୀଘିଅ ବା ଗୁଆଘିଅ ଯେ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ସହାୟକ ହୋଇପାରେ- ଏକଥା ଅନେକ ଭାବି ନଥିବେ। ଏହା ସ୍ବାସ୍ଥ୍ୟ ପାଇଁ ଯେପରି ଉପକାରୀ, ସୌନ୍ଦର୍ଯ୍ୟ ତଥା ତ୍ବଚା ପାଇଁ ମଧ୍ୟ ସେପରି ଲାଭଦାୟକ। ତାହେଲେ ଆସନ୍ତୁ ଜାଣିବା ଦେଶୀଘିଅକୁ କେମିତି ବ୍ୟବହାର କରିବା : –

    ଘିଅକୁ ସିଧାସଳଖ ମୁହଁରେ ଲଗାଇ ହାଲ୍‌କା ମାଲିସ କରିପାରିବେ। ଏହା ଖୁବ୍‌ ଭଲ ପ୍ରଭାବ ପକାଇଥାଏ।

    ଘିଅରେ ଫେସ୍‌ପ୍ୟାକ୍‌ କରି ବ୍ୟବହାର କରିବା ସହଜ ଓ ଉପକାରୀ। ଏଥିପାଇଁ ଏକ ପାତ୍ରରେ କିଛି କ୍ଷୀରସର ନେଇ ତା’ ଉପରେ ୨ଛୋଟ ଚାମଚ ଘିଅ ଏବଂ ଅଧା ଚାମଚ ମହୁ ମିଶାଇ ଦେବେ। ଏହାକୁ ଭଲଭାବେ ଗୋଳାଇସାରିବା ପରେ ଚିମୁଟାଏ ହଳଦୀ ପକାଇ ଆଉଥରେ ଗୋଳାଇଦେବେ। ଏହି ମିଶ୍ରଣକୁ ମୁହଁରେ ଲଗାଇ ଅଧଘଣ୍ଟା ରଖିବା ପରେ ଧୋଇ ଦିଅନ୍ତୁ।

    ଲଗାଇବା ପୂର୍ବରୁ ମଧ୍ୟ ମୁହଁ ଧୋଇ ସଫା କରିଦେବା ଭଲ। ସପ୍ତାହକୁ ଦୁଇଥର ଏହି ଫେସ୍‌ପ୍ୟାକ୍‌ ବ୍ୟବହାର କରିପାରିବେ। ଲଗାଇବା ପୂର୍ବରୁ ଏସବୁ ସାମଗ୍ରୀ ତ୍ବଚାରେ କୌଣସି ପ୍ରତିକ୍ରିୟା କରୁଛି କି ନା ଦେଖିନେବା ଜରୁରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ