Saturday, January 18, 2025
20.8 C
Odisha

    ନାରୀ ଗର୍ଭବତୀ ନ ହେବାର ଏହି ଅଭ୍ୟାସ ଦାୟୀ

    ଆଗକୁ ପଢନ୍ତୁ

    ଆମେ ଆପଣଙ୍କୁ କହିବୁ ନାରୀ ଗର୍ଭବତୀ ନ ହେବାର କିଛି କାରଣ । ବିବାହର କିଛି ଦିନ ବିତିଗଲେ ଯଦି ନାରୀ ଗର୍ଭବତୀ ନ ହୁଏ ତେବେ ସମସ୍ତେ ନାରୀର ଡୋସା ହିଁ ଦେଇ ଥାନ୍ତି କି ତାର କୌଣସି ଶାରୀରିକ ଅସୁସ୍ଥତା କାରଣରୁ ଏଭଳି ହୋଇଥାଏ ।

    Human Reproduction ର ଏକ ଅଧୟନରୁ ଜଣାପଡିଛି କି ଅଧିକାଂଶ ଦମ୍ପତ୍ତି ବିବାହର କିଛି ଦିନ ପର୍ଯ୍ୟନ୍ତ ଜାଣିକି ସନ୍ତାନ ଶୁଖାରୁ ବଞ୍ଚିତ ରହୁଥିବା ର ଜଣାପଡିଛି । ଏହି ଅଧ୍ୟୟନରୁ ମହିଳା ଓ ପୁରୁଷ ମାନଙ୍କ ବିଷୟରେ କିଛି ଏଭଳି ତଥ୍ୟ ଅଜଣା ପଡିଛି ଯାହା ଗର୍ଭଧାରଣରେ ବାଧା ସୃଷ୍ଟି କରିଥାଏ । ତେବେ ଚାଳନ୍ତୁ ଜାଣିବା ସେହି ବିଷୟରେ ।

    ମେଦବହୁଳତା
    ମେଦବହୁଳତା ଯୋଗୁ ପୁରୁଷ ମାନେ ଠିକ ଭାବେ କାର୍ଯ୍ୟ କରି ପାରନ୍ତି ନାହିଁ, ଯେଉଁଥିପାଇଁ ସେମାନଙ୍କର ଶୂକ୍ରାଣୁ ମଧ୍ୟ ହ୍ରାସ ପାଏ । ମହିଳା ମାନଙ୍କର ମେଦବହୁଳତା ହେଲେ ପେଟରେ ଚର୍ବି ବଢି ଥାଏ । ଗର୍ଭାଶୟରେ ଚର୍ବି ବଢିବା କାରଣରୁ ଡିମ୍ବାଣୁ ସୃଷ୍ଟି ହୋଇ ନଥାଏ । ସେଥିପାଇଁ ଗର୍ଭଧାରଣ ସମ୍ଭବ ହୁଏ ନାହିଁ ।

    ବୟସ
    ପୁରୁଷ ମାନଙ୍କର ୩୫ରୁ ୪୦ବୟସ ରେ ପହଞ୍ଚିଲେ ସେମାନଙ୍କର ଶୂକ୍ରାଣୁ ହ୍ରାସ ପାଇଥାଏ । ସେହିଭଳି ମହିଳା ମାନେ ୪୦ ବର୍ଷ ର ହେଲେ ସେମାନଙ୍କ ମଧ୍ୟରେ ଯେଉଁ ହରମୋନ ଚେଞ୍ଜେସ ହୁଏ ସେଥିପାଇଁ ଗର୍ଭଧାରଣ ଆସା କମିଥାଏ ।

    ନିଶା ସେବନ
    ପୁରୁଷ ମାନେ ଅଧିକ ଧୂମ୍ରପାନ ବା ମଦ ପିଇବା କାରଣରୁ ଶୂକ୍ରାଣୁ ହ୍ରାସ ପାଇଥାଏ । ସେହିଭଳି ମହିଳା ମାନେ ଅଧିକ ନିଶା ସେବନ କରିଲେ ବା ଅଧିକ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହିଲେ ତଥା ଅସୁସ୍ଥ ଜୀବନ ଶୈଳୀ ପାଇଁ ସହଜରେ ଗର୍ଭଧାରଣ କରିପାରନ୍ତି ନାହିଁ ।

    ଅବସାଦ
    ମହିଳା ହେଉ କି ପୁରୁଷ ଯଦି ଇ ଅବସାଦରେ ବା କୌଣସି ଚିନ୍ତାରେ ରୁହନ୍ତି ତେବେ ସେମାନଙ୍କର ଗର୍ଭଧାରଣରେ ଅନେକ ସମସ୍ଯା ଦେଖାଦିଏ ।

    କର୍ମଚାପ
    ଅଧିକ ସମୟ କାମ କରିବା ବା କର୍ମ ଚାପ ଯୋଗୁ ଚିନ୍ତା ରେ ରହୁଥିଲେ ମହିଳା ଙ୍କର ଡିମ୍ବାଣୁ ହ୍ରାସ ପାଏ ସେଥିପାଇଁ ଗର୍ଭଧାରଣ ରେ ଅନେକ ସମସ୍ଯା ଦେଖାଦିଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.8 ° C
    20.8 °
    20.8 °
    31 %
    0.4kmh
    20 %
    Sat
    21 °
    Sun
    30 °
    Mon
    32 °
    Tue
    33 °
    Wed
    34 °

    ସମ୍ବନ୍ଧିତ