Monday, May 6, 2024
42.9 C
Odisha

    ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ବଦଳରେ ମିଳିବ ଚାଉଳ ଓ ରନ୍ଧାଖାଦ୍ୟ ଖର୍ଚ୍ଚ

    ଆଗକୁ ପଢନ୍ତୁ

    ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ବର୍ତ୍ତମାନ ସମୟରେ ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ସ୍କୁଲ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଏପରି ସ୍ଥିତିରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗନ ଅଧିନରେ ଥିବା ସ୍କୁଲର ଛାତ୍ରଛାତ୍ରୀଙ୍କୁ ୧୨ଟି କାର୍ଯ୍ୟ ଦିବସ ପାଇଁ ମଧ୍ୟାହ୍ନଭୋଜନ ବଦଳରେ ଚାଉଳ ଓ ରନ୍ଧାଖାଦ୍ୟ ଖର୍ଚ୍ଚ ପ୍ରଦାନ କରାଯିବ । ବିଭାଗ ଅଧିନସ୍ଥ ପିଏମ୍ ପୋଷଣ ରାଜ୍ୟ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

    ସରକାରୀ ଅନୁଦାନପ୍ରାପ୍ତ ସ୍କୁଲମାନଙ୍କରେ ଅଧ୍ୟୟନ କରୁଥିବା ୧ମରୁ ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୧୨ ଦିନର ମଧ୍ୟାହ୍ନଭୋଜନ ବାବଦରେ ଚାଉଳ ଓ ରନ୍ଧାଖାଦ୍ୟ ଖର୍ଚ୍ଚ ମିଳିବ ବୋଲି ଜିଲ୍ଲାପାଳମାନଙ୍କୁ ପଠାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି । ମଧ୍ୟାହ୍ନଭୋଜନ ବଣ୍ଟନକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି । ଏହି ଅର୍ଥ ପ୍ରଦାନ ବେଳେ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀକୁ ପାଳନ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

    ଏପ୍ରିଲ ମାସ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ତିନିଦିନ ଓ ଏପ୍ରିଲ ୨୫ରୁ ମେ ୪ ପର୍ଯ୍ୟନ୍ତ ୯ ଦିନ ଧରି ସ୍କୁଲ ବନ୍ଦ ରହିବ । ତେଣୁ ବିଦ୍ୟାଳୟ ବନ୍ଦ ରହିଥିବାରୁ ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଉନାହିଁ । ସେଥିପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଚାଉଳ ଓ ରନ୍ଧା ଖାଦ୍ୟ ବାବଦ ଖର୍ଚ୍ଚ ମିଳିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପିଲାଙ୍କୁ ୧୨ ଦିନର ଚାଉଳ ପ୍ରଦାନ କରିବେ । ଖରା କାରଣରୁ ପିଲାମାନେ ସ୍କୁଲକୁ ଯିବେନି । ପିଲାଙ୍କର ଅଭିଭାବକମାନେ ସ୍କୁଲକୁ ଯାଇ ପିଏମ୍ ପୋଷଣ ବାବଦ ଚାଉଳ ଗ୍ରହଣ କରିବେ । ସମସ୍ତ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ବଜାୟ ରଖିବା ସହ କାଗଜପତ୍ର କରାଯିବ । ୧୫ ଦିନ ମଧ୍ୟରେ ଚାଉଳ ବଣ୍ଟନ ଓ ରନ୍ଧା ଖର୍ଚ୍ଚ ବାବଦ ଅର୍ଥ ପ୍ରଦାନ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    42.9 ° C
    42.9 °
    42.9 °
    13 %
    5.1kmh
    99 %
    Mon
    43 °
    Tue
    41 °
    Wed
    41 °
    Thu
    41 °
    Fri
    40 °

    ସମ୍ବନ୍ଧିତ