Thursday, March 5, 2026
22 C
Odisha

    ନେପାଳରେ ଭୂମିକମ୍ପ ଝଟକା, ତୀବ୍ରତା ୪.୬

    ଆଗକୁ ପଢନ୍ତୁ

    ନେପାଳ  : ନେପାଳରେ ଭୂମିକମ୍ପ । ଭୂମିକମ୍ପ ଯୋଗୁଁ ସମ୍ପୂର୍ଣ୍ଣ ନେପାଳ ଦୋହଲି ଯାଇଛି। ପଶ୍ଚିମ ସୁଦୂର ପଶ୍ଚିମ ପ୍ରଦେଶ ନେପାଳରେ ସକାଳ ପ୍ରାୟ ଆଠଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜିକାଲ୍ ମନିଟରିଂ ଆଣ୍ଡ ରିସର୍ଚ୍ଚ ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୪.୬ ବୋଲି ମାପ କରାଯାଇଥିଲା । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ । ସକାଳ ୮ଟା ୨୮ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।

    ଏହାଦ୍ୱାରା ଆଖପାଖ ଜିଲ୍ଲାଗୁଡ଼ିକରେ ମଧ୍ୟ ଝଟକା ଅନୁଭୂତ ହୋଇଥିଲା । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ । କହିରଖୁଛୁ, ପଶ୍ଚିମ ନେପାଳରେ ପ୍ରାୟତଃ ବାରମ୍ବାର ଭୂମିକମ୍ପ ହୁଏ । ନଭେମ୍ବର ୩୦ ତାରିଖରେ ସେହି ରାଜ୍ୟର ବାଝାଙ୍ଗ ଜିଲ୍ଲାର ସାଇପାଲ ପର୍ବତ ଅଞ୍ଚଳରେ ୪.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ତେବେ ଏହି ଭୂମିକମ୍ପରେ କୌଣସି ଧନ ଜୀବନ ହାନି ହୋଇନଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    25 %
    1.6kmh
    0 %
    Wed
    22 °
    Thu
    36 °
    Fri
    37 °
    Sat
    38 °
    Sun
    38 °

    ସମ୍ବନ୍ଧିତ