Tuesday, February 17, 2026
22.8 C
Odisha

    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର

    ଆଗକୁ ପଢନ୍ତୁ

    କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି। ନିଜ ବାସଭବନରେ ଖସିପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କୁହାଯାଉଛି। ଏନେଇ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ‘ଏକ୍ସ’ରେ ସୂଚନା ଦେଇଛି। ‘ଏକ୍ସ’ରେ କୁହାଯାଇଛି ଯେ, ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ । ଏସଏସକେଏମ ହସ୍ପିଟାଲର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଦକ୍ଷିଣ କୋଲକାତାର ବାଲିଗଞ୍ଜ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରୁ ନିଜ ବାସଭବନକୁ ଫେରିବାର କିଛି ସମୟ ପରେ ଏହି ଦୁର୍ଘଟଣା ହୋଇଥିଲା । ସେ ନିଜ ବାସଭବନରେ କୌଣସି କାରଣରୁ ଖସିପଡ଼ିଥିଲେ ଓ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଏହା ପରେ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଟିଏମସି ନେତା ଅଭିଷେକ ବାନାର୍ଜୀ ତାଙ୍କୁ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    21 %
    1.6kmh
    0 %
    Tue
    25 °
    Wed
    33 °
    Thu
    34 °
    Fri
    36 °
    Sat
    37 °

    ସମ୍ବନ୍ଧିତ