Tuesday, February 17, 2026
19.9 C
Odisha

    ପାର୍ଲାମେଣ୍ଟକୁ ସାଇକେଲରେ ଆସିଲେ ଏମ୍‌ପି

    ଆଗକୁ ପଢନ୍ତୁ

    ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି। ଅଧିବେଶନରେ ଯୋଗଦେବାକୁ ଟିଡିପି ଏମ୍‌ପି ଆପାଲା ନାଇଡୁ ସାଇକେଲରେ ଆସି ପାର୍ଲାମେଣ୍ଟରେ ପହଞ୍ଚିଥିଲେ। ଏହି ଅବସରରେ ଏମ୍‌ପି ଆପାଲା ପାରମ୍ପରିକ ପୋଷାକ ମଧ୍ୟ ପରିଧାନ କରିଥିବାର ନଜର ଆସିଛନ୍ତି। ବର୍ତ୍ତମାନ ଏମ୍‌ପି ଆପାଲା ପାର୍ଲାମେଣ୍ଟକୁ ସାଇକେଲରେ ଆସିବା ଦିଲ୍ଲୀରେ ଦେଖାଦେଇଥିବା ବାୟୁ ପ୍ରଦୂଷଣ ଉପରେ ଏକ ବାର୍ତ୍ତା ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଅଧିବେଶନ ଆରମ୍ଭରୁ ବିରୋଧୀ ଆଦାନୀ ଗ୍ରୁପ ବିରୋଧରେ ଆମେରିକା ଆଣିଥିବା ଲାଞ୍ଚ ଅଭିଯୋଗ ସମେତ ମଣିପୁର ହିଂସା ପ୍ରସଙ୍ଗ ଏବଂ ଓ୍ବାକଫ୍‌ ସଂଶୋଧନ ବିଲ ଉପରେ ତୁରନ୍ତ ଆଲୋଚନା ପାଇଁ ଦାବି କରି ଉଭୟ ଗୃହରେ ହୋ-ହଲ୍ଲା କରିଥିଲେ। ଏନେଇ ଉଭୟ ଗୃହକୁ ବାଚସ୍ପତି ସ୍ଥଗିତ କରିଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସମ୍ବିଧାନ ଦିବସ ଅବସରରେ ଗୃହକାର୍ଯ୍ୟ ବନ୍ଦ ରହିବ। ଏଭଳି ପରିସ୍ଥିତିରେ ବୁଧବାର ପୁଣି ଗୃହ ପ୍ରକ୍ରିୟା ଆରମ୍ଭ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.9 ° C
    19.9 °
    19.9 °
    27 %
    2.3kmh
    0 %
    Tue
    20 °
    Wed
    33 °
    Thu
    34 °
    Fri
    36 °
    Sat
    37 °

    ସମ୍ବନ୍ଧିତ