Saturday, July 27, 2024
25.7 C
Odisha

    ପିଇବା ପାଣିରେ ମିଶାନ୍ତୁ ଏହି ସବୁ ଜିନିଷ: ଖରାଦିନେ ମିଳିବ ଚମତ୍କାରୀ ଫାଇଦା

    ଆଗକୁ ପଢନ୍ତୁ

    ଶରୀରରେ ଜଳୀୟ ଅଂଶ କମିଯିବା ଫଳରେ ଆମେ କଷ୍ଟ ଅନୁଭବ କରିଥାଉ । ଖରାଦିନରେ ଲୋକମାନେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । ସୁସ୍ଥ ରହିବାକୁ ଫଳ ରସକୁ ଗୁରୁତ୍ୱ ଦେଇଥାନ୍ତି । ଏପରିକି ଖରା ଦିନରେ ଦେହର ଜଳୀୟ ଅଂଶକୁ ସନ୍ତୁଳିତ କରିବା ପାଇଁ ଆମେ ବିଭିନ୍ନ ପ୍ରକାରର ପାନୀୟ ପଦାର୍ଥ ମଧ୍ୟ ପିଇଥାଉ ।

    ତେବେ ବିଶେଷଜ୍ଞମାନେ ମଧ୍ୟ ଦିନକୁ ୮ରୁ୧୦ ଗ୍ଲାସ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି। ହେଲେ ଖରାଦିନେ ବିଭିନ୍ନ ଫ୍ଲେବର୍ ପାଣି ତିଆରି କରି ପିଇବାକୁ ମଧ୍ୟ ପସନ୍ଦ କରିଥାନ୍ତି ଲୋକେ । ଏମିତିରେ ଆଜିକାଲି ବଜାରରେ ଅନେକ ପ୍ରକାର ଫ୍ଲେଭର ମଧ୍ୟ ମିଳୁଛି କିନ୍ତୁ ତାହା ଆର୍ଟିଫିସିଆଲ ହୋଇଥାଏ । ଯାହା ଶରୀର ପାଇଁ ଭଲ ହୋଇନଥାଏ । ତେଣୁ, ଆସନ୍ତୁ ଜାଣିବା ଆମେ କିପରି ଘରେ ହେଲଦୀ ଫ୍ଲେବର ଡ୍ରିଙ୍କ୍ସ ତିଆରି କରିପାରିବା ଯାହା କେବଳ ପିଇବାକୁ ଭଲ ଲାଗିନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।
    ପ୍ରଥମେ ଏକ ବୋତଲରେ ପାଣି ଭର୍ତ୍ତି କରନ୍ତୁ । ଏଥିରେ କିଛି ତାଜା ପୁଦିନା ପତ୍ର, କିଛି ଡାଲଚିନି ଖଣ୍ଡ ପକାନ୍ତୁ । ଏହାପରେ ଏହାକୁ ଆଉ ଟିକେ ସ୍ୱାଦିଷ୍ଟ କରିବା ନିମନ୍ତେ ଏଥିରେ ଲେମ୍ବୁ ପକାନ୍ତୁ । ତା ପରେ ପ୍ରସ୍ତୁତ ହେଇଗଲା ଆପଣଙ୍କ ଫ୍ଲେବର୍ ପାଣି । ଶୋଷ ଲାଗିଲେ ଦିନ ସାରା ଅଳ୍ପ ଅଳ୍ପ କରି ଏହି ଫ୍ଲେବର୍ ପାଣି ପିଅନ୍ତୁ ,ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଦେହ ପାଇଁ ହିତକାରୀ ମଧ୍ୟ । ଏଥିରେ ବ୍ୟବହାର ହୋଇ ଥିବା ପୁଦିନା, ଡାଲଚିନି, ଲେମ୍ବୁର ଅନେକ ଭଲ ଗୁଣ ରହିଛି । ପୁଦିନାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରର ପାଚନ ପ୍ରକ୍ରିୟାରେ ସହଯୋଗ କରେ, ଡାଇବେଟିସକୁ ସନ୍ତୁଳିତ କରେ । ଡାଲଚିନି ଆମ ଶରୀରର ରୋଗପ୍ରତିରୋଧ ଶକ୍ତି ବଢ଼ାଇ ଥାଏ । ସେହିପରି ଲେମ୍ବୁରେ ରହିଛି ଭିଟାମିନ ସି ଓ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଯାହା ଦେହର ପାଣିର ଅଭାବ କମ କରିଥାଏ । ତେଣୁ ଏହି ଫ୍ଲେବର୍ ପାଣି ବ୍ୟବହାର ଅତ୍ୟନ୍ତ ଲାଭଦାୟକ ଅଟେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    93 %
    1.5kmh
    100 %
    Sat
    27 °
    Sun
    29 °
    Mon
    31 °
    Tue
    30 °
    Wed
    25 °

    ସମ୍ବନ୍ଧିତ