Wednesday, October 23, 2024
21.7 C
Odisha

    ବନ୍ୟା ଘେରରେ କାଜିରଙ୍ଗା ; ୧୧୪ ବନ୍ୟଜନ୍ତୁ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆସାମ ବନ୍ୟା ବିଭୀଷିକାରୁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ବାଦ୍‌ ପଡ଼ିନାହିଁ। ଏହି ଭୟଙ୍କର ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନର ୧୧୪ ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି। ସେହିପରି ଶନିବାର ସୁଦ୍ଧା ୯୫ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଥିବା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବନ୍ୟାଜଳରେ ବୁଡ଼ିଯାଇ ୪ ଗଣ୍ଡା ୯୪ ହଗ୍‌ ହରିଣଙ୍କର ମୃତ୍ୟୁ ଘଟିଛି। ଜଙ୍ଗଲର କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ବନ୍ୟଜନ୍ତୁଙ୍କ ମଧ୍ୟରେ ୮୬ ହଗ୍‌ ହରିଣ ୨ଟି ଲେଖାଁଏ ସାମ୍ବର ହରିଣ, ପେଚା ଓ ଜଙ୍ଗଲୀ ବିଲେଇ ଏବଂ ଗୋଟିଏ ଲେଖାଁଏ ହାତୀ, ଓଧ ଓ ଭାରତୀୟ ଠେକୁଆଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଚିକିତ୍ସା ପରେ ୫୦ ବନ୍ୟଜନ୍ତୁଙ୍କୁ ଛାଡ଼ିଦିଆଯାଇଥିବାବେଳେ ୩୪ ବନ୍ୟପ୍ରାଣୀଙ୍କର ଚିକିତ୍ସା ଏବେମଧ୍ୟ ଚାଲିଛି। ଅନ୍ୟପକ୍ଷରେ, ଚିକିତ୍ସା ଚାଲିଥିବାବେଳେ ୧୧ ବନ୍ୟପ୍ରାଣୀ ପ୍ରାଣ ହରାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ