Monday, October 5, 2026
29.8 C
Odisha

    ମନରେଗାରେ କାମ ନ ମିଳିବାରୁ ପଞ୍ଚାୟତ ଅଫିସରେ ତାଲା

    ଆଗକୁ ପଢନ୍ତୁ

    ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଖମ୍ବାରିଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ମନରେଗା କାମ ଦେବା ଦାବିରେ ଆଜି ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ମହିଳା ଓ ପୁରୁଷ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଫଳରେ ପିଇଓ, ଜିଆର୍‌ଏସ୍‌, ସରପଞ୍ଚ ପ୍ରାୟ ଚାରିଘଣ୍ଟା ନଜରବନ୍ଦୀ ଭାବେ ଭିତରେ ରହିଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଜରଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ମାମଲା ସମାଧାନ କରିଥିଲା। ପରେ ପିଇଓ, ଜିଆର୍‌ଏସ୍‌ ଓ ସରପଞ୍ଚଙ୍କୁ ମୁକୁଳାଇଥିଲା।
    ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଅଡିଟ୍ ଚାଲିଥିଲା। କାର୍ଯ୍ୟାଳୟରେ ଦୁଇ ମହିଳା ସମୀକ୍ଷକଙ୍କ ସହ ପିଇଓ ସୁରେନ୍ଦ୍ର ବେହେରା, ଜିଆରଏସ୍ ଅଶୋକ ବେହେରା, ସରପଞ୍ଚ କେ.ଜ୍ୟୋତି, ସରପଞ୍ଚ ପ୍ରତିନିଧି କେ.ଗୋବିନ୍ଦ ଓ କିଛି ଅନ୍ୟ କର୍ମଚାରୀ ଥିଲେ। ଏହି ସମୟରେ କିଛି ମହିଳା ଓ ପୁରୁଷ କାର୍ଯ୍ୟାଳୟ ଫାଟକ ବାହାରେ ତାଲା ଠୁଙ୍କି ଦେଇଥିଲେ। କାହିଁକି ଶ୍ରମିକଙ୍କୁ କାମ ଦିଆଯାଉନି ବୋଲି ପ୍ରଶ୍ନ କରିଥିଲେ। ସରପଞ୍ଚ ଓ ପିଇଓ ଲୋକଙ୍କୁ ବୁଝାସୁଝା କରିଥିଲେ। ପଞ୍ଚାୟତରେ ବର୍ତ୍ତମାନ ଯେଉଁ କାମ ଚାଲିଛି, ସେଥିରେ ସାମିଲ କରାଯିବାକୁ କହିଥିଲେ। ହେଲେ ସେହି ପୁରୁଷ ଓ ମହିଳାମାନେ ମନା କରି ନୂଆ କାମ ଦେବାକୁ ଦାବି କରିଥିଲେ। ପରେ ଅନ୍ୟ କିଛି ଗ୍ରାମର ଶ୍ରମିକ ଏଥିରେ ସାମିଲ ହୋଇଥିଲେ। ଫଳରେ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରବଳ ହୋ-ହଲ୍ଲା ଚାଲିଲା। ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଉତ୍ତେଜନା ପରିସ୍ଥିତି ଲାଗି ରହିଥିଲା।

    ଏ ନେଇ ଜରଡ଼ା ଥାନାକୁ ଖବର କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ସମାଧାନ କରିଥିଲା। ତେବେ ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ଏ ନେଇ ବିଡିଓ ସୁମନ ସୁଧା କୁଣ୍ଡୁଙ୍କ ସହ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ କରାଯାଇ ନାହିଁ। ପ୍ରଶାସନ ତରଫରୁ ଲୋକଙ୍କୁ ବୁଝା ଯାଇଛି। ଶ୍ରମିକଙ୍କୁ କାମ ଯୋଗାଇ ଦିଆଯିବ ବୋଲି ବୁଝାଇବା ପରେ ସେମାନେ ସନ୍ତୋଷ ପ୍ରକାଶ କରିଥିବା ବିଡିଓ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.8 ° C
    29.8 °
    29.8 °
    52 %
    1.6kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ