Saturday, March 7, 2026
19.3 C
Odisha

    ବର୍ଷା ପ୍ରଭାବ: ଉଜୁଡା ଫସଲ ଦେଖି ଧାନ କ୍ଷେତରେ ଟଳିପଡିଲେ ଚାଷୀ

    ଆଗକୁ ପଢନ୍ତୁ

    ବର୍ଷା ପାଣିରେ ଧାନ ଫସଲ ପଡିଥିବା ଦେଖି ଜଣେ ଚାଷୀ ସୋମବାର ଧାନ କ୍ଷେତରେ ଟଳି ପଡ଼ିଛନ୍ତି। ସତ୍ୟବାଦୀ ବ୍ଲକ ବୀର ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଡୁଙ୍ଗର ଗ୍ରାମର ଚାଷୀ ପୁର୍ଣ୍ଣ ଚନ୍ଦ୍ର ଦଳେଇ ସକାଳେ ଧାନ କ୍ଷେତରେ ଜମି ରହିଥିବା ପାଣି ଖାଲି କରିବା ପାଇଁ ଫାଉଡାଟିଏ କାନ୍ଧରେ ପକାଇ ବିଲକୁ ଯାଇଥିଲେ। ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ତାଙ୍କ ଧାନ କ୍ଷେତରେ ପାଣି ଜମି ରହିଥିଲା। ପୁଣି ଆଉ ଏକ ଲଘୁଚାପ ସୂଚନା ଜାଣିବା ପରେ କିଭଳି ଉଜୁଡି ଯାଉଥିବା ଫସଲକୁ ରକ୍ଷା କରିବେ ସେଥିପାଇଁ ବିଲକୁ ଯାଇଥିଲେ ଏବଂ ବିଲରେ ଟଳି ପଡ଼ିଥିଲେ। ଆଖପାଖରେ କିଛି ଚାଷୀ ତାଙ୍କୁ ଉଦ୍ଧାର କରି ଗ୍ରାମବାସୀଙ୍କ ସହଯୋଗରେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    19.3 ° C
    19.3 °
    19.3 °
    95 %
    1.7kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ