Sunday, March 15, 2026
35.6 C
Odisha

    ବାଇଗଣ ଖାଇବା କେଉଁମାନଙ୍କୁ ମନା

    ଆଗକୁ ପଢନ୍ତୁ

    ବାଇଗଣ ଏପରି ଏକ ପରିବା, ଯାହାକି ସବୁ ଋତୁରେ ବଜାରରେ ଉପଲବ୍ଧ ରହିଥାଏ। ଶୀତ ଦିନେ ବାଇଗଣ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଏପରି କିଛି ପୋଷକ ତତ୍ତ୍ୱ ରହିଛି, ଯାହାକି ଅନ୍ୟ ପନିପରିବାରେ ନଥାଏ।କିନ୍ତୁ କିଛି ଲୋକ ଏହାକୁ ଅତ୍ୟଧିକ ସେବନ କରିଥାନ୍ତି, ଯାହାକି ହାନିକାରକ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁମାନଙ୍କୁ ବାଇଗଣଠାରୁ ଦୂରେଇ ଯିବା ଉଚିତ୍..

    ଗର୍ଭବତୀ ମହିଳାମାନଙ୍କୁ ଅଧିକ ବାଇଗଣ ଖାଇବାକୁ ମନା କରାଯାଇଥାଏ। ଯେଉଁ ମହିଳାଙ୍କ ଶରୀରରେ ରକ୍ତ କମ୍ ରହିଛି, ସେମାନେ ବି ବାଇଗଣ ଖାଇବା ଉଚିତ୍ ନୁହେଁ।

    ଏହା ବ୍ୟତୀତ ଯଦି ଆପଣ ଷ୍ଟ୍ରେସ ବା ଅବସାଦର ଶିକାର ହୋଇଛନ୍ତି ତାହେଲେ ବାଇଗଣ ଖାଇବାଠୁ ଦୁରେଇ ରୁହନ୍ତୁ କାରଣ ଏହା ଅବସାଦ ବା ଷ୍ଟ୍ରେସ ପାଇଁ ଖାଉଥିବା ଔଷଧର ପ୍ରଭାବକୁ କମ କରିଦେଇଥାଏ।

    ଯେଉଁ ଲୋକମାନଙ୍କର ଷ୍ଟୋନର ସମସ୍ୟା ଅଛି ସେମାନେ ମଧ୍ୟ ବାଇଗଣଠୁ ଦୁରେଇ ରହିବା ଆବଶ୍ୟକ କାରଣ ବାଇଗଣରେ ଥିବା ଓକଜେଲେଟ ନାମକ ଏକ ତତ୍ତ୍ୱ କିଡନୀରେ ଷ୍ଟୋନର ସମସ୍ୟାକୁ ବଢାଇଥାଏ।

    ଯେଉଁ ରୋଗୀମାନେ ଲଗାତାର ଭାବେ ଔଷଧ ସେବନ କରୁଛନ୍ତି ସେମାନେ ବାଇଗଣ ଖାଇବା ଅନୁଚିତ୍। କାରଣ ବାଇଗଣ ଔଷଧର ପ୍ରଭାବକୁ କମାଇ ଦିଏ।

    ପିରିୟଡ ସମୟରେ ବାଇଗଣ ଖାଆନ୍ତୁ ନାହିଁ। ଏହା କ୍ଷତିକାରକ ହୋଇପାରେ। ବାଇଗଣ ଖାଇବା ଦ୍ୱାରା ସମୟ ଆଗରୁ ପିରିୟଡ ହୋଇଯାଏ।

    ମହାମାରୀ ସମୟରେ ବାଇଗଣ ଖାଆନ୍ତୁ ନାହିଁ। ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡବିନ୍ଧା, କୁଣ୍ଡେଇ ହେବା ଓ ଗଣ୍ଠି ଯନ୍ତ୍ରଣା ହୋଇପାରେ। ସେହି ସମୟରେ ଶରୀରରେ ଥାଇରଏଡ ସମସ୍ୟା ବି ବଢିପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    0.1kmh
    6 %
    Sun
    38 °
    Mon
    36 °
    Tue
    38 °
    Wed
    37 °
    Thu
    36 °

    ସମ୍ବନ୍ଧିତ