Wednesday, October 14, 2026
28.3 C
Odisha

    ରାତିରେ ଶୀତବସ୍ତ୍ର ପିନ୍ଧି ଶୋଇବା କେତେ ସୁରକ୍ଷିତ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ଶୀତର ପ୍ରକୋପ ବଢି ବଢି ଚାଲିଛି। ରାତିରେ ଥଣ୍ଡାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକେ ଗରମ ବସ୍ତ୍ର ପିନ୍ଧି ଶୋଇପଡନ୍ତି। ଏପରି କରିବା ଦ୍ୱାରା ଥଣ୍ଡାର ପ୍ରକୋପରୁ ରକ୍ଷା ମିଳିଥାଏ, କିନ୍ତୁ ଏହି ଉପାୟ ଶରୀର ପାଇଁ ଖୁବ କ୍ଷତିକାରକ ଅଟେ। କାହିଁକି ନା ସ୍ଵେଟର ଓ ଅନ୍ୟ ଗରମ ପୋଷାକ ପିନ୍ଧିବା ଦ୍ୱାରା ଶରୀର ଉପରେ ଏହାର ସାଇଡ ଇଫେକ୍ଟ ଶରୀର ଉପରେ ପଡିଥାଏ।

    ବିଶେଷ ଭାବରେ ରାତିରେ ଉଲ ବସ୍ତ୍ର ବା ଗରମ ପୋଷାକ ପିନ୍ଧି ଶୋଇବା ଦ୍ୱାରା ଶରୀରର ତାପମାତ୍ରା କମ ହୋଇଯାଇଥାଏ ଏବଂ ଭିତରର ଟେମ୍ପରେଚର ରେଗୁଲେଟ ହୋଇପାରି ନଥାଏ। ଯାହାକି ବିପି ଲୋ ଓ ପ୍ରଶ୍ୱାସ ବାଧା ହେବାର କାରଣ ହୋଇଥାଏ।

    ଚିକିତ୍ସକ ମତରେ ରାତିରେ ଉଲ ବସ୍ତ୍ର ପିନ୍ଧି ଶୋଇବା ଦ୍ୱାରା ଶରୀର ରେ ଟେମ୍ପରେଚର ରେଗୁଲେଟ ହୋଇପାରେ ନାହିଁ ଏବଂ ଶରୀରରେ ଠିକ ଭାବରେ ରକ୍ତ ସଂଚାଳନ ମଧ୍ୟ ହୋଇପାରେ ନାହିଁ। ଏହାଦ୍ୱାରା ହାର୍ଟ ଉପରେ ମଧ୍ୟ ପ୍ରଭାବ ପଡିଥାଏ। ରାତିରେ ଗରମ ପୋଷାକ ପିନ୍ଧି ଶୋଇବା ଦ୍ୱାରା ସ୍କିନରେ ଇଲାରି ହୋଇଥାଏ ଓ ଗୋଡ଼ ହାତ କୁଣ୍ଡାଇ ହୋଇଥାଏ। ଏହା ଧୀରେ ଧୀରେ ବଡ଼ ସ୍କିନ ଏଲର୍ଜୀର କାରଣ ହୋଇଥାଏ।

    ଯଦି ରାତି ସାରା ସ୍ଵେଟର ପିନ୍ଧି ଶୋଇଥାଉ ତେବେ ଏହା ଉଭୟ ପୁରୁଷ ଓ ମହିଳାଙ୍କ ରିପ୍ରଡକ୍ଟିଭ ହେଲ୍ଥ ଉପରେ ଗମ୍ଭୀର ଭାବରେ ପ୍ରଭାବ ପକାଇଥାଏ। ରାତିରେ ଶୋଇବା ସମୟରେ ଶରୀରରେ ଉତ୍ପନ ହେଉଥିବା ଏକଷ୍ଟ୍ରିମ ହିଟ କାରଣରୁ ଯୌନ ସମ୍ବନ୍ଧୀୟ ବିଭିନ୍ନ ଇନଫେକ୍ସନ ହୋଇଥାଏ ଓ ରୀପ୍ରଡକ୍ଟିଭ ପ୍ରଭାବିତ ହୋଇଥାଏ।

    ରାତିରେ ସ୍ଵେଟର ପିନ୍ଧି ଶୋଇବା ଦ୍ୱାରା ନିଦ ପ୍ରଭାବିତ ହୋଇଥାଏ। ଭଲ ନିଦ ନହେବାରୁ ଗ୍ୟାସ, ଏସିଡ଼ିଟି ସମସ୍ୟା ଦେଖା ଯାଇଥାଏ।ଯାହାକି ବିଶେଷ ଭାବରେ ଶୀତଋତୁରେ ସ୍ଵେଟର ପରିଧାନ କରି ଶୋଇବା ଦ୍ୱାରା ଦେଖା ଯାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    70 %
    2.5kmh
    41 %
    Wed
    28 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ