Wednesday, March 4, 2026
30.6 C
Odisha

    ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି ବୋଲି ଅଭିଯୋଗ ଆଣି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କ୍ଷୋଭ ପ୍ରକାଶ କରିବା ସହ ଏହା ଉପରେ ଉପ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ। ଶନିବାର ଗୃହର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀମତୀ ମଲ୍ଲିକ କହିଲେ, ରାଉରକେଲାର ନାବାଳିକାଙ୍କୁ ନେଇ ରାଜସ୍ଥାନରେ ବିକ୍ରି କରାଯାଇଛି। ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ୨୦୨୮-୦୯ରେ କାର୍ଯ୍ୟକାରୀ ହୋଇଥିବା ନିୟମ ଅନୁସାରେ ମହିଳାମାନେ ବାହାରକୁ ଯାଇ କାମ କରିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳର ତହସିଲଦାର, ବିଡିଓ, ସିଡିପିଓଙ୍କ ଅନୁମତି ନେବା ଜରୁରୀ, କିନ୍ତୁ ଏହି ନିୟମ କେତେଦୂର ପାଳନ ହୋଇଛି ତାହା ତର୍ଜମା ହେବା ଆବଶ୍ୟକ। ମହିଳା ଚାଲାଣ ରୋକିବା ପାଇଁ କ’ଣ ନିୟମ ରହିଛି ତାହା ସରକାର ଜଣାନ୍ତୁ। ସେ କହିଲେ, କିଛି ଦିନ ପୂର୍ବେ ନୀଳଗିରିର ଏକ ଛାତ୍ରାବାସରେ ଜଣେ ଛୋଟ ପିଲାକୁ ସମ୍ପୃକ୍ତ ଶିକ୍ଷକ ଶିକୁଳିରେ ବାନ୍ଧି ବାହାରକୁ ପଳାଇଥିଲେ। ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ କ’ଣ ନିୟମ ଅଛି ତାହା ଗୃହକୁ ଅବଗତ କରାଯାଉ ବୋଲି ଦର୍ଶାଇ ସେ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଏହା ପରେ ଚଳିତ ଅଧିବେଶନ ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ବନ୍ଧରେ ତର୍ଜମା କରି ଗୃହରେ ବିବୃତି ରଖିବାକୁ ବାଚସ୍ପତି ସୁରମା ପାଢ଼ୀ ନିର୍ଦେଶ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    17 %
    1.7kmh
    3 %
    Wed
    35 °
    Thu
    37 °
    Fri
    38 °
    Sat
    38 °
    Sun
    37 °

    ସମ୍ବନ୍ଧିତ