Tuesday, March 3, 2026
30.7 C
Odisha

    ବାତ୍ୟା ‘ଦାନା’, ଜାଣନ୍ତୁ କେଉଁ ଜିଲାରେ କେତେ ବେଗରେ ହେବ ପବନ

    ଆଗକୁ ପଢନ୍ତୁ

    ବାତ୍ୟା ‘ଦାନା’ ବଙ୍ଗୋପସାଗରରେ ଶକ୍ତି ଜୁଟାଉଥିବା ବେଳେ ଏହା ଓଡ଼ିଶାର ଭଦ୍ରକ ଏବଂ ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାରି ମଧ୍ୟରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ କେଉଁ ଜିଲାରେ କେତେ ବେଗରେ ପବନ ହେବ ସେ ନେଇ ସୂଚନା ଜାରି କରାଯାଇଛି। ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱରରେ ପବନର ବେଗ ୧୦୦ ରୁ ୧୧୦ କିଲୋମିଟର ବା ସର୍ବାଧିକ ବେଗରେ ୧୨୦ କିଲୋମିଟର ବେଗରେ ଗତି କରିବାର ସମ୍ଭାବନା ରହିଛି। ସେହିଭଳି ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାଗୁଡିକରେ ୬୦ ରୁ ୯୦ କିଲୋମିଟର ବେଗରେ, ସର୍ବାଧିକ ୧୦୦ କିଲୋମିଟର ବେଗରେ ପବନର ବେଗ ଅନୁଭବ କରିବାର ସମ୍ଭାବନା ରହିଛି। ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସମ୍ବଲପୁର, ଦେଓଗଡ, ସୁନ୍ଦରଗଡ ଜିଲାର ବିଭିନ୍ନ ସ୍ଥାନରେ ପବନର ବେଗ ୫୦ ରୁ ୬୦ କିଲୋମିଟର ବେଗରେ, ସର୍ବାଧିକ ୭୦ କିଲୋମିଟର ରହିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀ ୨୨ ଅକ୍ଟୋବର ସକାଳ ସୁଦ୍ଧା ଅବପାତ ଏବଂ ୨୩ ଅକ୍ଟୋବର ସୁଦ୍ଧା ବଙ୍ଗୋପସାଗରର ପୂର୍ବ ସେଣ୍ଟ୍ରାଲ୍ ଉପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏହା ପରେ, ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦିଗରେ ଯାଇ ବାଲେଶ୍ୱର ଏବଂ ସାଗର ଆଇଲାଣ୍ଡ ମଧ୍ୟରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟା ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ରହିପାରେ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ ବୋଲି ପାଣିପାଗ ବିଭାଗ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    13 %
    2.1kmh
    2 %
    Tue
    35 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ