Saturday, June 20, 2026
30.7 C
Odisha

    ଝାରସୁଗୁଡ଼ା ବିମାନ ବନ୍ଦର ପରିସର ବାହାରେ ଭୟାବହ ଅଗ୍ନିକାଣ୍ଡ, IOCL ତେଲ ଡିପୋ ନିକଟରୁ ବ୍ୟାପିଲା ନିଆଁ

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା : ଝାରସୁଗୁଡ଼ା ବିମାନ ବନ୍ଦର ପରିସର ବାହାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ।  ବିମାନବନ୍ଦରର ତେଲ ଡିପୋ ନିକଟରେ, ଯେଉଁଠାରେ ବିମାନ ପାଇଁ ପେଟ୍ରୋଲ୍ ଷ୍ଟକ୍ ରୁହେ, ସେଠାରୁ ନିଆଁ ଆରମ୍ଭ ହୋଇଥିଲା ।  ଏହି ଡିପୋରେ ପେଟ୍ରୋଲ୍ ଭଳି ଜ୍ବଳନଶୀଳ ପଦାର୍ଥ ଥିବାରୁ ରହିଛି ।  ଅତି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।  ଅଗ୍ନିକାଣ୍ଡ ଯୋଗୁଁ ବିମାନ ବନ୍ଦରର ମୁଖ୍ୟ ପ୍ରବେଶ ପଥ ଆଡକୁ ନିଆଁ ବ୍ୟାପିବାରେ ଲାଗିଛି ।  ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚି ନାକେଦମ ହେଉଛନ୍ତି ।  ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ ବିଭାଗର ୨ଟି, ବିମାନ ବନ୍ଦରର ୨ଟି ଏବଂ ବେଦାନ୍ତର ଗୋଟିଏ ସମେତ ମୋଟ ୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି ।  ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ନିଆଁ ଜଳୁଛି ଏବଂ ନିଆଁ ଲିଭା କାର୍ଯ୍ୟ ଏବେ ମଧ୍ୟ ଜାରି ରହିଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.7 ° C
    30.7 °
    30.7 °
    59 %
    0.8kmh
    96 %
    Sat
    38 °
    Sun
    34 °
    Mon
    35 °
    Tue
    38 °
    Wed
    41 °

    ସମ୍ବନ୍ଧିତ