Wednesday, March 11, 2026
37 C
Odisha

    ବାରବାଟୀରେ ଭାରତ-ଇଂଲଣ୍ଡ ଲଢ଼େଇ

    ଆଗକୁ ପଢନ୍ତୁ

    ୨୦୨୫ ଫେବ୍ରୁଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ କଲା ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏ। ଓସିଏ ସମ୍ମିଳନୀ କକ୍ଷରେ ଆଜି ବସିଥିବା ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକର ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଗ୍ୟାଲେରୀ ନମ୍ବର ୧ ପାଇଁ ଟିକେଟର ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ୨ ପାଇଁ ୧୦୦୦, ୩ ପାଇଁ ୧୨୦୦, ୪ ପାଇଁ ୧୦୦୦, ୫ ପାଇଁ ୧୫୦୦, ୬ ପାଇଁ ୧୨୦୦ ଓ ୭ ନମ୍ବର ଗ୍ୟାଲେରୀ ପାଇଁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ସ୍ପେଶାଲ ଏନ୍କ୍ଲୋଜର ପାଇଁ ଟିକେଟର ମୂଲ୍ୟ ୭୦୦୦ ଟଙ୍କା ରହିଥିବା ବେଳେ ଏସି ଗ୍ୟାଲେରୀ ବକ୍ସ ପାଇଁ ୯୦୦୦ ଟଙ୍କା, କର୍ପୋରେଟ ବକ୍ସ ପାଇଁ ୨୦ ହଜାର ଟଙ୍କା ଓ ନ୍ୟୁ ପ୍ୟାଭିଲିୟନ ପାଇଁ ଟିକେଟର ଦାମ ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ବାରବାଟୀ ଷ୍ଟାଡିୟମର ସିଟ୍ କ୍ଷମତା ୪୪ ହଜାର ୫୨୪ ରହିଛି ବୋଲି ଓସିଏ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ରେ କୁହାଯାଇଛି। ତେବେ ଗତ ମ୍ୟାଚ ଅପେକ୍ଷା ଏହି ମ୍ୟାଚ ପାଇଁ ଟିକେଟ ଦରରେ ଯଥେଷ୍ଟ ବୃଦ୍ଧି କରାଯାଇଛି। ଆଜିର ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କ ସହ ଓସିଏ କର୍ମକର୍ତ୍ତା ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37 ° C
    37 °
    37 °
    12 %
    4.2kmh
    0 %
    Wed
    36 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ