Tuesday, March 3, 2026
23.3 C
Odisha

    ବାରବାଟୀ-କଟକ ନିର୍ବାଚନୀ ମାମଲା: ସୁପ୍ରିମକୋର୍ଟ ଗଲେ ମୋକିମ୍‌

    ଆଗକୁ ପଢନ୍ତୁ

    ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ମହମ୍ମଦ ମୋକିମ୍‌ଙ୍କ ବିଜୟକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧି ଘୋଷଣା କରିବା ପରେ ମୋକିମ୍‌ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଓଡ଼ିଶା ହାଇକୋର୍ଟ ମାର୍ଚ୍ଚ ୪ରେ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଓଡ଼ିଶା ହାଇକୋର୍ଟର ରାୟ ଉପରେ ରହିତାଦେଶ ଲଗାଇବା ପାଇଁ ସେ ଆବେଦନରେ ପ୍ରାର୍ଥନା କରିଛନ୍ତି।

    ସୂଚନାଯୋଗ୍ୟ, ମୋକିମ୍‌ ୨୦୧୯ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କର ଶପିଂ ତାଲିକା ଓ ଆପରାଧିକ ତଥ୍ୟ ଠିକ୍‌ ଭାବେ ଦେଇ ନ ଥିବା ନେଇ ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ ଉକ୍ତ ମାମଲାର ବିଚାର କରି ୬୬୨ ପୃଷ୍ଠା ସମ୍ବଳିତ ରାୟ ଶୁଣାଇଥିଲେ। ୨୦୧୯ ବିଧାନସଭା ନିର୍ବାଚନକୁ ଅଦାଲତ ଅସିଦ୍ଧି ଘୋଷଣା କରିବା ସହ ମୋକିମ୍‌ଙ୍କୁ ପୂର୍ବତନ ବିଧାୟକ କୁହାଯାଇପାରିବ ନାହିଁ ବୋଲି ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    22 %
    2.2kmh
    7 %
    Tue
    23 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ