Friday, May 1, 2026
26.3 C
Odisha

    ବାଲେଶ୍ଵରରେ ଗୋରୁ ମାଫିଆ-ଗ୍ରାମବାସୀ ସଂଘର୍ଷ, ପ୍ରତିବାଦରେ ରାସ୍ତାରୋକୋ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ବାଲେଶ୍ଵର ଜିଲ୍ଲାରେ ମାତିଛନ୍ତି ଗୋରୁ ମାଫିଆ। ଏହାକୁ ନେଇ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶ୍ରୀଜଙ୍ଗ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବୁଧବାର ବିଳମ୍ବିତ ରାତିରେ ଗୋରୁ ମାଫିଆ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଗୋରୁ ମାଫିଆମାନେ ୧୦ଟି ବାଇକ ଏବଂ ଗୋଟିଏ କାରକୁ ଭାଙ୍ଗି ଦେଇଛନ୍ତି। ପ୍ରତିବାଦରେ ଗ୍ରାମବାସୀମାନେ ରାସ୍ତାରୋକୋ କରିଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ବୁଧବାର ରାତିରେ ଏକ ଗୋରୁ ବୋଝେଇ ଟ୍ରକ ଶ୍ରୀଜଙ୍ଗ ଦେଇ ଯାଉଥିଲା। ଗାଡ଼ିଟି ରାସ୍ତାପାର୍ଶ୍ବସ୍ଥ ଏକ ଦୋକାନ ଉପରେ ଚଢ଼ିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ଜାଣିବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ଫଳରେ ଗୋରୁ ବୋଝେଇ ଗାଡ଼ିକୁ ସୁରକ୍ଷା ଦେଉଥିବା ମାଫିଆମାନେ ଗ୍ରାମବାସୀଙ୍କୁ ବନ୍ଧୁକ ଏବଂ ଭୁଜାଲି ଦେଖାଇ ଭୟଭୀତ କରାଇଥିଲେ। ଏହାକୁ ନେଇ ଗୋରୁ ମାଫିଆ ଏବଂ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ଗଣ୍ଡଗୋଳ ଘଟିବାରୁ ଗୋରୁ ମାଫିଆମାନେ ଗାଡ଼ିମୋଟର ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ଗୁରୁବରା ସକାଳେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିଲେ। ଖବରପାଇ ଖନ୍ତାପଡ଼ା ଥାନା ପୁଲିସ, ସଦର ଥାନା ପୁଲିସ ଏବଂ ଟାଉନ ଥାନା ପୁଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.3 ° C
    26.3 °
    26.3 °
    67 %
    0.4kmh
    51 %
    Fri
    40 °
    Sat
    41 °
    Sun
    41 °
    Mon
    40 °
    Tue
    36 °

    ସମ୍ବନ୍ଧିତ