Tuesday, August 11, 2026
28.7 C
Odisha

    ଡିଜେ ସାଉଣ୍ଡରେ ଚାଲିଗଲା ୧୪୦ କୁକୁଡାଙ୍କ ଜୀବନ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ : ଡିଜେ ଶବ୍ଦ ନେଇଗଲା ଜୀବନ । ପୁଣି ଗୋଟିଏ ନୁହେଁ ଶହଶହ ଜୀବନ । ବର ରୋଶଣୀ କରି ଡିଜେ ସହିତ ଖୁସିରେ ଯାଉଥିବା ବେଳେ ଆଉ କାହା ପାଇଁ କାଳ ସାଜିଛି । ଡିଜେ ଶବ୍ଦରେ ଏକ କୁକୁଡା ଫାର୍ମରେ ଶହଶହ କୁକୁଡା ପ୍ରାଣ ହରାଇଛନ୍ତି ।

    ଖବର ମୁତାବକ, ଉତ୍ତର ପ୍ରଦେଶର ସୁଲତାନପୁରରେ ଗତ ଏପ୍ରିଲ ୨୫ ତାରିଖରେ ବଲଦିରାୟ ଥାନା ଅଞ୍ଚଳରେ ରହୁଥିବା ବିଶ୍ୱକର୍ମାଙ୍କ ଝିଅଙ୍କ ବାହାଘର ରହିଥିଲା । ବିବାହ କରିବାକୁ ବର ସହ ବରଯାତ୍ରୀମାନେ ପ୍ରେସସନରେ ଡିଜେ ଲଗାଇ ନାଚଗୀତ କରିଥିଲେ । ତେବେ ପ୍ରସେସନ କୁକୁଡା ଫାର୍ମ୍ ଦେଇ ଯାଉଥିବା ବେଳେ ଡିଜେ ଶବ୍ଦରେ କୁକୁଡାଙ୍କ ଜୀବନ ଚାଲିଯାଇଥିଲା । ଗୋଟେ କି ଦୁଇଟା ନୁହେଁ ଅତିକମରେ ୧୪୦ଟି କୁକୁଡାଙ୍କ ଜୀବନ ଚାଲିଯାଇଥିଲା ।

    ଘଟଣା ପରେ କୁକୁଡା ଫାର୍ମର ମାଲିକ ସବିଲ ଅଲ୍ଲୀ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ମାମଲାକୁ ଗୁରୁତର ସହ ନେଇ ଥାନା ଅଧିକାରୀ ଭରତ ସିଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେ ଡିଜେ ମାଲିକ କବି ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି । ପୋଲିସର କହିବାନୁସାରେ, ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି । ଡିଜେ ଶବ୍ଦରେ କୁକୁଡା ଭୟଭୀତ ହୋଇଯାଇଥିଲେ । ଆଉ ସେମାନଙ୍କ ଜୀବନ ଚାଲିଯାଇଥିଲା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.7 ° C
    28.7 °
    28.7 °
    71 %
    2.2kmh
    64 %
    Tue
    29 °
    Wed
    31 °
    Thu
    29 °
    Fri
    30 °
    Sat
    26 °

    ସମ୍ବନ୍ଧିତ