Tuesday, December 9, 2025
16.1 C
Odisha

    ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର ହୋଇଛି। କୁହାଯାଉଛି, ଏହି ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ପାଇଲଟ ଗୁରୁତର ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ପଛରେ ଯାନ୍ତ୍ରିକ ତ୍ରୁଟି ରହିଛି ବୋଲି କୁହାଯାଉଛି।

    ବାସ୍ତବରେ ବୁଧବାର ସକାଳେ ବିମାନଟି ଉଡ଼ାଣ ଆରମ୍ଭ କରିବା ମାତ୍ରେ କିଛି ସେକେଣ୍ଡ ମଧ୍ୟରେ ଏହା ତଳେ ପଡିଯାଇଥିଲା। ଏହି ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଲୋକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି, ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବୀମା ଟଙ୍କା ପାଇବେ କି ନାହିଁ ଆଉ କେତେ ଟଙ୍କା କ୍ଷତିପୂରଣ ବାବଦରେ ପାଇବେ? ତେବେ ଜାଣନ୍ତୁ ଏ ସମ୍ପର୍କରେ…

    ଭାରତରେ ଯଦି ଏକ ଘରୋଇ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୁଏ ଏବଂ ଦୁର୍ଘଟଣାରେ କେହି ମରିଯାଏ, ତେବେ କ୍ଷତିପୂରଣ ପାଇଁ ବ୍ୟବସ୍ଥା ଅଛି। ବାସ୍ତବରେ ୨୦୧୪ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ଗେଜେଟ୍‌ ବିଜ୍ଞପ୍ତି ଜାରି କରିଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ଯଦି ଘରୋଇ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୁଏ ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ଯିଏ ସେହି ଦୁର୍ଘଟଣାରେ ପ୍ରାଣ ହରାଇଥାଏ।
    ଘରୋଇ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳୁଥିବାବେଳେ ଅନ୍ତର୍ଜାତୀୟ ବିମାନ ପାଇଁ ନିୟମ ଭିନ୍ନ ଅଟେ। ଯଦି ଏକ ଅନ୍ତର୍ଜାତୀୟ ବିମାନ ଦୁର୍ଘଟଣାଗ୍ରସ୍ତ ହୁଏ, ତେବେ ସେହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ବିମାନ ସେବା ପକ୍ଷରୁ ୧,୧୩,୧୦୦ ଏସ୍‌ଡିଆର୍‌ ମିଳିଥାଏ। ଯଦି ଆମେ ଏହାକୁ ଭାରତୀୟ ଟଙ୍କାରେ ପରିଣତ କରିବା ତେବେ ଏହା ପ୍ରାୟ ୧ କୋଟି ୨୪ ଲକ୍ଷ ହେବ। ଏହା ବ୍ୟତୀତ ଭାରତ ସରକାର ଯାହା କ୍ଷତିପୂରଣ ଦେବାକୁ ଚାହୁଁଛନ୍ତି ତାହା ମୃତକଙ୍କ ପରିବାରକୁ ପୃଥକ୍‌ ଭାବରେ ଦିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    16.1 ° C
    16.1 °
    16.1 °
    38 %
    1.6kmh
    88 %
    Mon
    16 °
    Tue
    26 °
    Wed
    26 °
    Thu
    26 °
    Fri
    27 °

    ସମ୍ବନ୍ଧିତ