Tuesday, December 9, 2025
14.3 C
Odisha

    ବିଶ୍ୱର କେଉଁଦେଶରେ ଲୋକେ ଖାଆନ୍ତି ସବୁଠୁ ଅଧିକ ଚିନି

    ଆଗକୁ ପଢନ୍ତୁ

    ମେଡିକାଲ ଜର୍ଣ୍ଣାଲ ‘ଲେସେଣ୍ଟ’ରେ ଗ୍ଲୋବାଲ ବର୍ଡନ ଅଫ ଡିଜିଜ୍-୨୦୧୯ ଏକ ଅଧ୍ୟାୟନ ପ୍ରକାଶିତ ହୋଇଛି। ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟକୁ ଏବେ ଇସ୍ରାଏଲ ମିଡିଆ ଉଚ୍ଚ ପ୍ରଶଂସା କରୁଛି। ବିଶ୍ୱର ୧୯୫ଟି ଦେଶକୁ ଏହି ସ୍ୱାସ୍ଥ୍ୟ ଅନୁଧ୍ୟାନରେ ସାମିଲ କରାଯାଇଥିଲା। ଯେଉଁଥିରେ ଇସ୍ରାଏଲରେ ଖାଦ୍ୟପାନୀୟ ଜନିତ ମୃତ୍ୟୁ ହାର ବିଶ୍ୱର ଅନ୍ୟ କୌଣସି ଦେଶଠାରୁ କମ୍ ବୋଲି ଜଣାପଡିଛି। ଏଣୁ ରିପୋର୍ଟରେ ସୁସ୍ଥ ସ୍ୱାସ୍ଥ୍ୟ ଓ ଖାଦ୍ୟପାନୀୟ ମାମଲାରେ ଇସ୍ରାଏଲୀ ଲୋକଙ୍କ ଅନୁକରଣ ଲାଗି ପରାମର୍ଶ ଦିଆଯିବା ଯୋଗୁ ଦେଶବାସୀ ବେଶ ଉତ୍ସାହିତ ଅଛନ୍ତି। ତେବେ ଲେସେଣ୍ଟ ଜର୍ଣ୍ଣାଲର ଏହି ରିପୋର୍ଟ ଅନୁସାରେ ଆପଣ ଖାଦ୍ୟପାନୀୟ ସୌକ ଯଦି କରନ୍ତି ତେବେ ଡାଏଟରେ ଚିନିର ପରିମାଣ ହୁଏତ ବଢିଯାଇପାରେ। କାରଣ ଇସ୍ରାଏଲୀ ଲୋକଙ୍କ ଚିନି ଖର୍ଚ୍ଚ ଅଧିକ। ଏଠାରେ ବାର୍ଷିକ ପ୍ରତି ବ୍ୟକ୍ତି ପ୍ରାୟ ୬୦ କେଜି ଚିନି ଖାଇଥାନ୍ତି। ଅର୍ଥାତ ଜଣେ ଲୋକ ପିଛା ଦୈନିକ ଚିନି ଖର୍ଚ୍ଚ ପ୍ରାୟ ୧୬୫ ଗ୍ରାମ ପର୍ଯ୍ୟନ୍ତ। ଦେଶର ସବୁଠାରୁ ବୟସ୍କ ବ୍ୟକ୍ତି ଦିନକୁ ଅନୁନ୍ୟ ୩୦ ଚାମଚ ଚିନି ଖାଉଥିବା ଇସ୍ରାଏଲ ନ୍ୟାସନାଲ କାଉନସିଲ ଅଫ ଡାୟବେଟିଜର ପ୍ରମୁଖ ପ୍ରଫେସର ଇଟାମାର ରାଜ କହିଛନ୍ତି। ଯାହାକି କମ ବିପଦ ଜନକ ନୁହେଁ।

    ତେବେ ଇସ୍ରାଏଲ ପରେ ଆଉ ୪ଟି ଦେଶ ମଧ୍ୟ ଚିନି ଖର୍ଚ୍ଚ କରିବାରେ ଆଗରେ। ଏମାନେ ହେଲେ ମାଲେସିୟା, ବାରବେଡସ, ଫିଜି ଓ ବ୍ରାଜିଲ। ତେବେ ସବୁଠୁ କମ୍ ଚିନି ଖର୍ଚ୍ଚ କରୁଥିବା ଦେଶ ଭାବେ ଦକ୍ଷିଣ କୋରିଆ ବିଶ୍ୱର ୧ନମ୍ବର ଦେଶ। ଏଠାରେ ପ୍ରତି ବ୍ୟକ୍ତି ବାର୍ଷିକ ୩୦.୬ କେଜି ଚିନି ଖର୍ଚ୍ଚ କରିବାର ରେକର୍ଡ ରହିଛି। ଏହି ହିସାବରେ ଦେଖିବାକୁ ଗଲେ ବିଶ୍ୱର ସବୁଠୁ ଅଧିକ ଚିନି ଖର୍ଚ୍ଚ କରୁଥିବା ଦେଶ ହେଉଛି ଭାରତ। ୨୦୧୮ ମସିହାରେ ଭାରତ ୨୫.୩୯ ମିଲିୟନ ମେଟ୍ରିକ ଚିନି ଖର୍ଚ୍ଚ କରିଥିଲା। ଯାହା ସମଗ୍ର ୟୁରୋପିୟନ ୟୁନିୟନର ଦେଶମାନଙ୍କର ବାର୍ଷିକ ମୋଟ ଚିନି ଖର୍ଚ୍ଚରୁ ଅନେକଗୁଣା ଅଧିକ ଥିଲା। ଏହି ହିସାବ ଅନୁସାରେ ଭାରତରେ ପ୍ରତି ବ୍ୟକ୍ତି ବାର୍ଷିକ ଚିନି ଖର୍ଚ୍ଚ ପ୍ରାୟ ୨୨ କେଜିରୁ ବି ଅଧିକ। ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସଚେତନତା ସତ୍ତ୍ୱେ ବି ଚିନିର ଉପଯୋଗ ଦିନକୁ ଦିନ ବଢିବଢି ଚାଲିଛି। ଇଣ୍ଟରନ୍ୟାସନାଲ ସୁଗାର ଅର୍ଗାନାଇଜେସନଙ୍କ ହିସାବ ଅନୁସାରେ ୨୦୦୧ ମସିହାରେ ସମଗ୍ର ବିଶ୍ୱରେ ୧୨୩.୪ ମିଲିୟନ ମେଟ୍ରିକ ଟନ ଚିନି ଖର୍ଚ୍ଚ ହୋଇଥିଲା। ତେବେ ୨୦୧୮ ମସିହା ବେଳକୁ ଏହି ପରିମାଣ ୧୭୨.୪ ମିଲିୟନ ମେଟ୍ରିକ ଟନରେ ପହଞ୍ଚିଛି।

    INDIA SUGAR
    ଏଥିଲାଗି ବିଶେଷଜ୍ଞମାନେ ପ୍ରୋସେସଡ ଫୁଡକୁ ଦାୟୀ କରିଛନ୍ତି। ବିଶ୍ୱରେ ଏଭଳି ଖାଦ୍ୟର ବ୍ୟବହାର ୭୦ ପ୍ରତିଶତ ପର୍ଯ୍ୟନ୍ତ ବଢିଥିବା ବେଳେ ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ ଓ ଋଚିକର କରିବା ଲାଗି ଏଥିରେ ପ୍ରଚୁର ଚିନି ବ୍ୟବହାର ହେଉଥିବା କହିଛନ୍ତି। ଯାହାକି ଏବେ ବିଶ୍ୱର ପ୍ରଗତିଶୀଳ ଦେଶମାନଙ୍କରେ ଲୋକଙ୍କ ଓଜନ ବୃଦ୍ଧି ଓ ମେଦ ବୃଦ୍ଧିର କାରଣ ବୋଲି ବିଶେଷଜ୍ଞମାନେ ରିପୋର୍ଟରେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    14.3 ° C
    14.3 °
    14.3 °
    39 %
    1.3kmh
    100 %
    Tue
    26 °
    Wed
    26 °
    Thu
    27 °
    Fri
    27 °
    Sat
    26 °

    ସମ୍ବନ୍ଧିତ