Sunday, October 18, 2026
24.8 C
Odisha

    ଦୁଷ୍କର୍ମକାରୀଙ୍କୁ କେଉଁ ଦେଶର କେଉଁ ଦଣ୍ଡ…

    ଆଗକୁ ପଢନ୍ତୁ

    ଦିନ ଦ୍ବିପହରେ ନାବାଳିକା, ଯୁବତୀ ଏବଂ ମହିଳାମାନେ ଦୁଷ୍କର୍ମ ଆଉ ଗଣଦୁଷ୍କର୍ମର ଶିକାର ହେଉଛନ୍ତି।

    ପୀଡିତାଙ୍କୁ ନ୍ୟାୟ ଦେବାରେ ସରକାର ଓ ପ୍ରଶାସନ ବିଫଳ ହେଉଛନ୍ତି। ବିଗତ ଦିନରେ ଏଭଳି ବହୁ ଉଦାହରଣ ରହିଛି। କିନ୍ତୁ ନିକଟରେ ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ସହ ଯାହା ଘଟିଲା ତାହା ଅନ୍ୟ କାହା ସହ ଯେମିତି ନ ଘଟୁ ସେଥିପ୍ରତି ଭାରତୀୟ ଆଇନ କାନୁନ ବ୍ୟବସ୍ଥାରେ ପରିବର୍ତ୍ତନ ନିଶ୍ଚିତ ଆସିବା ଦରକାର। ଏଭଳି ଦେଶ ଅଛି ଯେଉଁଠି ଦୁଷ୍କର୍ମକାରୀଙ୍କୁ ଭୟଙ୍କର ଦଣ୍ଡ ମିଳିଥାଏ। ଜାଣିଲେ ଲୋମ ଟାଙ୍କୁରି ଉଠିବ।

    ସାଉଦୀ ଆରବରେ ଦୁଷ୍କର୍ମକାରୀଙ୍କୁ ଭୟଙ୍କର ଦଣ୍ଡ ମିଳିଥାଏ। ସର୍ବସମ୍ମୁଖରେ ଅଭିଯୁକ୍ତର ମୁଣ୍ଡ କାଟି ଦିଆଯାଏ। ଏପରି କି ଅଭିଯୁକ୍ତର ଅଙ୍ଗ ଛେଦନକରି ନପୁଂସକ କରି ଦିଆଯାଏ।

    ଇରାକ : ଦୁଷ୍କର୍ମକାରୀଙ୍କୁ ସମସ୍ତେ ମିଶି ପଥର ପିଙ୍ଗି ଥାଆନ୍ତି। ଯଦି ପଥର ପିଙ୍ଗିବା ଦ୍ବାରା ଅଭିଯୁକ୍ତର ମୃତ୍ୟୁ ନ ହେଲା ତେବେ ତାକୁ ଜିଅନ୍ତା ମାଟି ତଳେ ପୋତି ଦିଆଯାଏ।

    ଚୀନ : ମଧ୍ୟ ଦୁଷ୍କର୍ମକାରୀଙ୍କ ପାଇଁ କଠୋର ଆଇନ ରହିଛି। ଦୁଷ୍କର୍ମକାରୀ ବୋଲି ପ୍ରମାଣିତ ହେବା ପରେ ତୁରନ୍ତ ଦୋଷୀକୁ ଫାଶୀ ଦିଆଯାଇଥାଏ।

    ପୋଲାଣ୍ଡ : ଦେଶରେ ଦୁଷ୍କର୍ମକାରୀଙ୍କ ପାଇଁ ଭୟଙ୍କର ଦଣ୍ଡ ବିଧାନ ରହିଛି। ପୂର୍ବରୁ ଏହି ଦେଶରେ ଦୁଷ୍କର୍ମକାରୀଙ୍କ ପ୍ରାଇଭେଟ୍‌ ପାର୍ଟ କାଟି ହତ୍ୟା କରି ଦିଆଯାଉଥିଲା। କିନ୍ତୁ ଏବେ ଦୁଷ୍କର୍ମକାରୀଙ୍କ ପାଇଁ ଆଇନ କାନୁନ୍‌ରେ ଟିକେ ପରିବର୍ତ୍ତନ ହୋଇଛି। ଅଭିଯୁକ୍ତର ଦୋଷ ପ୍ରମାଣିତ ହେବା ପରେ ତାକୁ ନପୁଂସକ କରି ଦିଆଯାଇଥାଏ।

    ଉତ୍ତର କୋରିଆ : ଦୁଷ୍କର୍ମକାରୀଙ୍କ ପାଇଁ କଠୋର ଆଇନ ରହିଛି। ଅଭିଯୁକ୍ତକୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥାଏ। ଉତ୍ତର କୋରିଆ ଦୁଷ୍କର୍ମକାରୀଙ୍କ ପାଇଁ କେବଳ ମୃତ୍ୟୁ ଦଣ୍ଡ ରହିଛି।

    ଇଣ୍ଡୋନେସିଆ : ଦୁଷ୍କର୍ମକାରୀଙ୍କୁ ଏକ ନିଆରା ଢ଼ଙ୍ଗରେ ଦଣ୍ଡ ଦିଆଯାଇଥାଏ। ଦୁଷ୍କର୍ମକାରୀଙ୍କୁ ନପୁଂସକ କରିବା ପରେ ତାଙ୍କ ଦେହରେ ମହିଳାଙ୍କ ହର୍ମୋନ ପୂରାଇ ଦିଆଯାଇଥାଏ।

    ଆଫଗାନିସ୍ତାନ : ଦୁଷ୍କର୍ମକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥାଏ। ଦୁଷ୍କର୍ମକାରୀ ନିଜକୁ ନିର୍ଦୋଷ ପ୍ରମାଣିତ କରିବା ପାଇଁ ଚାରି ଦିନ ସମୟ ଦିଆଯାଇଥାଏ। ଏହି ସମୟସୀମା ଭିତରେ ନିଜକୁ ପ୍ରମାଣିତ ନ କରି ପାରିଲେ ଗୁଳି କରି ହତ୍ୟା କରି ଦିଆଯାଏ।

    ଭାରତରେ ଦୁଷ୍କର୍ମକାରୀଙ୍କ ପାଇଁ ଲମ୍ବା ଆଇନ ପ୍ରକ୍ରିୟା ରହିଛି। ପୀଡ଼ିତା ଦୁଷ୍କର୍ମ ହେବାର କିଛି ଦିନ ପର୍ଯ୍ୟନ୍ତ ହୋହାଲ୍ଲା ହୁଏ। କ୍ୟାଣ୍ଡେଲ ଜାଳି ଶୋଭାଯାତ୍ରା କରାଯାଏ। ହେଲେ ଦୁଷ୍କର୍ମକାରୀ ବା ବଳତ୍କାରୀ ଜାମିନରେ ଆସି ବାହାରେ ବୁଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ