Wednesday, January 21, 2026
14.4 C
Odisha

    ଭାଙ୍ଗ ଖାଇଲେ ଲୋକେ ହସନ୍ତି କାହିଁକି? କଣ ରହିଛି ବୈଜ୍ଞାନିକ କାରଣ ?

    ଆଗକୁ ପଢନ୍ତୁ

    ଦେଶର ବିଭିନ୍ନ ସ୍ଥାନରେ ନିଆରା ପର୍ବ ହୋଲି ପାଳନ କରୁଛନ୍ତି ଲୋକେ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଜଣେ ଆର ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପରିପ୍ରକାଶ କରୁଛନ୍ତି । ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ୍ ଅଛନ୍ତି ଲୋକେ। ଏହି ଅବସରରେ ପିଠା, ମିଠା, ପାନ ସାଙ୍ଗକୁ ଭାଙ୍ଗର ଆସର ଜମିଥିବା ଦେଖିବାକୁ ମିଳୁଛି। ତେବେ ହୋଲିରେ ଆପଣ ଅନେକଙ୍କୁ ଭାଙ୍ଗ ପିଇ ହସୁଥିବା ଦେଖିଥିବେ। ଭାଙ୍ଗ ପିଇ ଯଦି ଆପଣ ହସନ୍ତି, ତେବେ ଆପଣ ଘଣ୍ଟା ଘଣ୍ଟା ଧରି ହସିଥାନ୍ତି । ଯେତେବେଳେ ଆପଣ ନାଚିବା ଆରମ୍ଭ କରନ୍ତି, ପାଦ ଘଣ୍ଟା ଘଣ୍ଟା ଧରି ନୃତ୍ୟ କରିବା ବନ୍ଦ କରେ ନାହିଁ । ହେଲେ ଏପରି ହେବାର କାରଣ କଣ? ଏପରି ହେବା ପଛରେ କୌଣସି ବୈଜ୍ଞାନିକ କାରଣ ଅଛି କି? ଆସନ୍ତୁ ସେ ସବୁ ବିଷୟରେ ଜାଣିବା…

    ଭାଙ୍ଗର ପ୍ରଭାବ:- ଭାଙ୍ଗକୁ ଇଂରାଜୀରେ କେନାବିସ୍ ବୋଲି କୁହାଯାଏ। ଏହାକୁ ଖାଇବା ପରେ ବ୍ୟକ୍ତି ଯେଉଁ ଖୁସି ଅନୁଭବ କରିଥାନ୍ତି ତାହାର କାରଣ ହେଉଛି ହାପି ହର୍ମୋନ୍ । ଏହା ଶରୀରରେ ପହଞ୍ଚି ଡୋପାମାଇନ୍ ହର୍ମୋନ୍ ନିର୍ଗତ କରିଥାଏ। ଏହାକୁ ହାପି ହର୍ମୋନ୍ କୁହାଯାଏ। ଏହା ଆମ ମୁଡ୍ କୁ ନିୟନ୍ତ୍ରଣ କରିଥାଏ। ଏହାଦ୍ୱାର ସୁଖର ସ୍ତର ବୃଦ୍ଧି ପାଇଥାଏ ବୋଲି ଜଣାପଡିଛି।

    ଏହି କାରଣରୁ ଯିଏ କଥା କହିବା ଆରମ୍ଭ କରେ ସେ କଥା କହି ଚାଲିଥାଏ ଏବଂ ନିଜ କଥାକୁ ଦୋହରାଇଥାଏ । ଯଦି କେହି ହସନ୍ତି, ସେ କ୍ରମାଗତ ଭାବରେ ହସନ୍ତି । ଏହାକୁ ଯେକୌଣସି ରୂପରେ ଗ୍ରହଣ କରିବା ପରେ ଆପଣଙ୍କୁ ଏକ ଭିନ୍ନ ପ୍ରକାରର ସୁଖ ମିଳିଥାଏ, ଯାହାଫଳରେ ଲୋକମାନେ ସେହି ସୁଖକୁ ବାରମ୍ବାର ପାଇବା ପାଇଁ ନିଶାଗ୍ରସ୍ତ ହେବା ଆରମ୍ଭ କରିଦିଅନ୍ତି । ଏହି ଅଭ୍ୟାସ ଏହା ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ବଢାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.4 ° C
    14.4 °
    14.4 °
    60 %
    1.1kmh
    0 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    32 °

    ସମ୍ବନ୍ଧିତ