Friday, March 13, 2026
25.8 C
Odisha

    ମାଓବାଦୀଙ୍କ ବର୍ବରକାଣ୍ଡ: ଶିକ୍ଷାଦୂତଙ୍କୁ ପିଟିପିଟି କଲେ ହତ୍ୟା

    ଆଗକୁ ପଢନ୍ତୁ

    ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ହିଂସା ଲାଗି ରହିଛି। କିଛି ଦିନ ତଳେ ପ୍ରଜାକୋର୍ଟରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଲୋକଙ୍କ ସମ୍ମୁଖରେ ଦୁଇଜଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ମନରୁ ନ ଲିଭୁଣୁ ପୁଣି ମାଓବାଦୀମାନେ ଏକ ବର୍ବରକାଣ୍ଡ ଭିଆଇଛନ୍ତି। ଛତିଶଗଡ଼ରେ ସୁକ୍‌ମାରରେ ଶନିବାର ଜଣେ ଶିକ୍ଷାଦୂତଙ୍କୁ ମାଓବାଦୀମାନେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ଏନେଇ ଅଞ୍ଚଳରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ଅଞ୍ଚଳରେ ଶିକ୍ଷା ଦୂତ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ଶିକ୍ଷାଦୂତଙ୍କ କାର୍ଯ୍ୟ ହେଲେ ବନ୍ଦ ସ୍କୁଲ ଚାଲୁ କରିବା ଓ ପିଲାଙ୍କୁ ବୁଝାଶୁଝା କରି ସ୍କୁଲ ଆଣିଥାନ୍ତି। ଅନ୍ୟପକ୍ଷେ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଠିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯିବା ସହ ସର୍ଚ୍ଚ ଅପରେଶନ କରାଯାଉଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.8 ° C
    25.8 °
    25.8 °
    18 %
    2.3kmh
    0 %
    Thu
    26 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ