Monday, August 3, 2026
25.6 C
Odisha

    ମା’ ମଙ୍ଗଳାଙ୍କ ପଦ୍ମବେଶ ଦର୍ଶନ କରି ସାନିଧ୍ୟ ଲାଭ କଲେ ଭକ୍ତଗଣ

    ଆଗକୁ ପଢନ୍ତୁ

    ପୁରୀ : କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ମଙ୍ଗଳା । ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ମା’ ମଙ୍ଗଳାଙ୍କ ପୀଠ । ଓଡିଶାରେ ରହିଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରୁ କାକଟପୁରର ମା ମଙ୍ଗଳାଙ୍କ ଶାକ୍ତିପୀଠ ହେଉଛି ପ୍ରମୁଖ ଶକ୍ତିପୀଠ । ମା’ ମଙ୍ଗଳା କାହିଁ କେଉଁ ଆବହମାନ କାଳରୁ କାକଟପୁରରେ ଅଧିଷ୍ଠିତ ହୋଇଆସୁଛନ୍ତି । ମା’ ମଙ୍ଗଳା ହେଉଛନ୍ତି ଆଦିମାତା ଏବଂ ମା’ ମଙ୍ଗଳାଙ୍କ ଦ୍ୱାରା ହିଁ ସୃଷ୍ଟିର ସରଂଚନା କରାଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ସହ ମା’ ମଙ୍ଗଳା ମନ୍ଦିର ଜଡିତ ହୋଇରହିଛି ।କାକଟପୁରରେ ମା ମଙ୍ଗଳାଙ୍କ ବାରମାସରେ ତେର ପର୍ବ ପାଳନ କରାଯାଏ । ପର୍ବ ପର୍ବାଣୀ ପାଳନ ହେବା ସହିତ ମା ମଙ୍ଗଳାଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ ।ମାଙ୍କ ଅନେକ ପର୍ବପର୍ବାଣୀ ସମୟରେ କିଛି ପାରମ୍ପରିକ ବେଶ ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟ ସମୟରେ ମା ମଙ୍ଗଳାଙ୍କ ପୂଜା ପଣ୍ଡା ସେବକ ମାନେ ମା ଙ୍କୁ ଭିନ୍ନ ଭିନ୍ନ ବେଶରେ ସଜେଇ ଦେଇଥାନ୍ତି ।

    ପ୍ରଥମ ମଙ୍ଗଳବାର ଦିନ ମା’ ମଙ୍ଗଳାଙ୍କ ଚନ୍ଦନ ବେଶ ହୋଇଥାଏ । ଏହିଦିନ ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ସ୍ନାନ ମାର୍ଜନା ସରିବା ପରେ ମା’ଙ୍କ ମୁଖାରବିନ୍ଦକୁ ଚନ୍ଦନରେ ସଜ୍ଜିତ କରାଯାଇଥାଏ। ଏହାକୁ ଦର୍ଶନ ନିମନ୍ତେ ମା’ମଙ୍ଗଳାଙ୍କ ଭକ୍ତମାନେ ବହୁ ଦୂରରୁ ପାଛୋଟି ହୋଇ ଆସନ୍ତି ।

    ସେହିଭଳି ଏକ ବିରଳ ବେଶ ହେଉଛି ମା ମଙ୍ଗଳାଙ୍କ ପଦ୍ମବେଶ ।ଏହି ବେଶ ଟି ଅତି ବିରଳ ହୋଇଥାଏ ।ଏହି ବେଶରେ ମା’ ଙ୍କୁ ପଦ୍ମ ଫୁଲ ରେ ସଜେଇ ଦିଆଯିବା ସହିତ ମୁଖରେ ପାଟସୂତାରେ ଏବଂ ଜରି, ସୋଲରେ ପ୍ରସ୍ତୁତ ମୁଖ ପଦ୍ମ ମା’ଙ୍କ ମୁହଁରେ ଲାଗି କରାଯାଇଥାଏ । ଏହି ବେଶରେ ମା ବେଶ ସୁନ୍ଦର ଦେଖାଯାଇଥାନ୍ତି । ଆଜି ଏହି ବିରଳ ବେଶ ରେ ମା ମଙ୍ଗଳା ଙ୍କୁ ସଜେଇ ଦିଆଯାଇଥିଲା, ଏହି ବେଶକୁ ଶତାଧିକ ଭକ୍ତ ଦର୍ଶନ କରି ମା’ ଙ୍କ ସାନିଧ୍ୟ ଲାଭ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.6 ° C
    25.6 °
    25.6 °
    91 %
    1.3kmh
    99 %
    Mon
    31 °
    Tue
    31 °
    Wed
    31 °
    Thu
    28 °
    Fri
    29 °

    ସମ୍ବନ୍ଧିତ