Monday, August 3, 2026
25.6 C
Odisha

    ଆପଣଙ୍କ ପକେଟରେ ପଇସା ରହୁନାହିଁ କି ? କରନ୍ତୁ ଏହି ସହଜ ବାସ୍ତୁ ଟିପ୍ସ, ଭରି ରହିବ ପକେଟ

    ଆଗକୁ ପଢନ୍ତୁ

    ଦରମା ପାଉ ପାଉ ଆପଣଙ୍କ ପକେଟ ଖାଲି ହୋଇଯାଉଛି କି ? ଆପଣଙ୍କୁ କେବେ ପଇସା ଗୋଡାଉନାହିଁ, ସର୍ବଦା ନିଅଣ୍ଟ ହେଉଛି । ଜାଣନ୍ତୁ କିପରି ବାସ୍ତୁ ଟିପ୍ସ ଦ୍ୱାରା ଭରି ରଖିବେ ଆପଣଙ୍କ ପକେଟ । ଟଙ୍କା କମାଇବା ପାଇଁ ଆପଣ ଦିନ ରାତି କାମ କରୁଛନ୍ତି,ହେଲେ ଦରମା ପାଉ ପାଉ ଟଙ୍କା ସରିଯାଉଛି । ତେବେ ବାସ୍ତୁର ଏହି ନିୟମ ମାନନ୍ତୁ ପର୍ସ ସର୍ବଦା ଭରି ରହିବ । କେବେ ଅଭାବ ହେବ ନାହିଁ ଟଙ୍କା । ଏମିତି କିଛି ଟିପ୍ସ ଆପଣଙ୍କୁ କହିବୁ ଯାହାଦ୍ୱାରା ଆପଣଙ୍କ ପର୍ସରେ ଟଙ୍କା ଭରି ରହିବ ।

    ଜାଣନ୍ତୁ କାହିଁକି ଆପଣଙ୍କ ପର୍ସ ହୋଇଯାଏ ଖାଲି

    ବହୁତ ଲୋକ ଏମିତି ଅଛନ୍ତି ଯିଏ ନିଜ ପର୍ସରେ ଟଙ୍କା ସହ ପୁରୁଣା ବିଲ୍‌, ଅଦରକାରୀ କାଗଜ ଆଦି ରଖିଥାନ୍ତି । ବାସ୍ତୁ ଅନୁସାରେ ଧନ ସ୍ଥାନରେ କିଛି ପ୍ରକାରର ଅସନା ଜିନିଷ ରଖିବା କଥା ନୁହେଁ । ଯାହାଦ୍ୱାରା ଧନ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ତେଣୁ ଯେଉଁ ସ୍ଥାନରେ ଧନ ରଖିବେ ସେ ଜାଗାରେ ଅପରିସ୍କାର କରିବେ ନାହିଁ ।

    ଟଙ୍କା ଓ କଏନ କୁ ପର୍ସରେ ଅଲଗା ଅଲଗା ରଖନ୍ତୁ । ନୋଟ୍‌ ଓ କଏନକୁ କେବେ ବି ଏକାଠି ରଖନ୍ତୁ ନାହିଁ ।

    ଅଧିକାଂଶ ଲୋକେ ପର୍ସରେ ଗୁରୁ, ପିତା, ପତ୍ନୀ ବା ଦେବାଦେବୀଙ୍କ ଫଟୋ ରଖିଥାନ୍ତି । ବାସ୍ତୁ ଅନୁସାରେ ଏହା ଠିକ ହୋଇ ନଥାଏ । ଆପଣଙ୍କ ପର୍ସ ଟଙ୍କାରେ ଭରି ରଖିବାକୁ ଚାହାଁନ୍ତି ତ କେବେ ଦେବାଦେବୀ ଓ ଦିବଗଂତ ଲୋକଙ୍କ ଫଟୋ ପର୍ସରେ ରଖନ୍ତୁ ନାହିଁ ।

    ପର୍ସ ବ୍ୟାଗ ବା ଆଲମିରାରେ ରଖନ୍ତୁ,କେବେ ବି ଏହାକୁ ଅସନା ହାତରେ ଧରନ୍ତୁ ନାହିଁ । ଟଙ୍କା ଧରିବା ପୂର୍ବରୁ ହାତ ସର୍ବଦା ପରିସ୍କାର ରଖନ୍ତୁ ।

    ଫଟା, ପୁରୁଣା ନୋଟ୍‌ ,ଲୁହା ବା ଧାର ଥିବା ଜିନିଷ,ପେପର ସପ୍‌, ସାମ୍ପୁ କେବେ ବି ପର୍ସରେ ରଖନ୍ତୁ ନାହିଁ । ଏହି ସବୁ ନେଗେଟିଭ ଶକ୍ତି ଦେଉଥିବାରୁ ଧନ ଆସିବାକୁ ଦେଇନଥାଏ । ଫଳରେ ଏହା ଆର୍ଥିକ ହାନିର କାରଣ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.6 ° C
    25.6 °
    25.6 °
    91 %
    1.3kmh
    99 %
    Mon
    31 °
    Tue
    31 °
    Wed
    31 °
    Thu
    28 °
    Fri
    29 °

    ସମ୍ବନ୍ଧିତ