Wednesday, July 2, 2025
24.6 C
Odisha

    ମୁମ୍ବାଇ ଏୟାରପୋର୍ଟ ଏବଂ ତାଜ୍ ହୋଟେଲକୁ ବୋମା ଧମକ

    ଆଗକୁ ପଢନ୍ତୁ

    ମୁମ୍ବାଇ : ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟ ଏବଂ ତାଜ ହୋଟେଲକୁ ବୋମା ଧମକ । ମୁମ୍ବାଇ ଏୟାରପୋର୍ଟ ପୋଲିସକୁ ଇମେଲ ଜରିଆରେ ମେସେଜ ମିଳିଛି । ଧମକ ମିଳିବା ପରେ ପୋଲିସ ହାଇ ଆଲର୍ଟରେ ରହି ସମସ୍ତ ସ୍ଥାନକୁ ତଲାସୀ କରୁଛି । ଇମେଲରେ କୁହାଯାଇଛି କି, ତାଜ ହୋଟେଲ ଏବଂ ମୁମ୍ବାଇ ଏୟାରପୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ମେଲରେ ଆତଙ୍କୀ ଅଫଜଲ ଗୁରୁ ଏବଂ ସେବକ୍କୁ ଶଙ୍କରକୁ ଅନ୍ୟାୟ ଭାବେ ଦଣ୍ଡ ମିଳିଥିବା ନେଇ ଧମକ ମିଳିଛି । ମେଲ୍ କରିଥିବା ଅଭିଯୁକ୍ତକୁ ଟ୍ରାକ କରିବା ପାଇଁ ପୋଲିସ ଚେଷ୍ଟା କରୁଛି । ଧମକ ମିଳିବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସୀ ଯାଞ୍ଚ ଆରମ୍ଭ କରିଛି । ତେବେ ଏହାପୂର୍ବରୁ ମୁମ୍ବାଇ ଏୟାରପୋର୍ଟରୁ ଆଇଏସଆଇଏସ ପୁଣେ ସ୍ଲିପର ମଡ୍ୟୁଲ୍ସ କେସରେ ଫେରାର ଥିବା ୨ ଆତଙ୍କୀକୁ ଗିରଫ କରାଯାଇଥିଲା । ଏନଆଇଏ ୨୦୨୩ ପୁଣେ ଆଇଇଡି ବିସ୍ଫୋରକ ତିଆରି କରୁଥିବା ମାମଲାରେ ଦୁଇ ଜଣ ମୋଷ୍ଟ ୱାଣ୍ଟେଡ ଫେରାର ଆତଙ୍କୀକୁ ଏୟାରପୋର୍ଟରୁ ଗିରଫ କରିଥିଲା ।

    ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଏହାର ଯବାବରେ ଭାରତ ଅପରେସନ ସିନ୍ଦୂର କରି ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କୀ ଶିବିରକୁ ଧ୍ବଂସ କରିଥିଲା । ଏହି ଅପରେସନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ । ଭାରତର ଏୟାର ଷ୍ଟ୍ରାଇକରେ ପାକିସ୍ତାନକୁ ବହୁତ କ୍ଷତି ପହଞ୍ଚିଛି । ତେବେ ଏହାରି ମଧ୍ୟରେ ମୁମ୍ବାଇ ଏୟାରପୋର୍ଟ ଏବଂ ତାଜ ହୋଟେଲକୁ ବୋମା ଧମକ ଚର୍ଚ୍ଚାରେ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    91 %
    1.1kmh
    100 %
    Wed
    25 °
    Thu
    26 °
    Fri
    29 °
    Sat
    28 °
    Sun
    24 °

    ସମ୍ବନ୍ଧିତ