Saturday, July 27, 2024
25.7 C
Odisha

    ମୋତେ ଓ ମୋ ପୁତୁରାକୁ ହତ୍ୟା କରାଯିବାର ଯୋଜନା କରାଯାଉଛି’

    ଆଗକୁ ପଢନ୍ତୁ

    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ମୋ ପୁତୁରା ଅଭିଷେକ ଓ ମୋର ହତ୍ୟା କରିଦିଆଯାଇପାରେ । ଆଜି ବାଲୁରଘାଟ ଲୋକସଭା ଆସନରେ ପ୍ରାର୍ଥୀ ତଥା ରାଜ୍ୟ ମନ୍ତ୍ରୀ ବିପ୍ଳବ ମିତ୍ରଙ୍କ ଲାଗି ଏକ ନିର୍ବାଚନ ର‌୍ୟାଲିରେ ସମ୍ବୋଧନ କରିବା ସମୟରେ ମମତା ଏହି ଆଶଙ୍କା ପ୍ରକଟ କରିଛନ୍ତି । ୨୦ ମିନିଟ୍‌ର ଭାଷଣ ସହିତ ସେ କହିଛନ୍ତି ବମ୍ ବିସ୍ଫୋରଣର ଯେଉଁ ଆଲୋଚନା ହେଉଛି ସେଥିରେ ମୁଁ ଓ ଅଭିଷେକ ଟାର୍ଗେଟରେ ଅଛୁ । ଏମାନେ ଆମର ଜୀବନ ବି ନେଇପାରିବେ । ଏହାପରେ ସେ ଏକ କବିତା ପଢିଥିଲେ । ‘ରହା ଗୁଲସନ୍ ତୋ ଫୁଲ୍ ଖିଲେଙ୍ଗେ, ରହି ଜିନ୍ଦେଗୀ ତୋ ଫିର ମିଲେଙ୍ଗେ’ । ଏଠାରେ ସୂଚାଇ ଦିଆଯାଇପାରେ କି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କାଲି କହିଥିଲେ କି ଏହି ସପ୍ତାହରେ ଏକ ବଡ ବମ୍ ଫାଟିବ । ସେ କହିଥିଲେ କାଲି ରବିବାର ଅଟେ ଓ କାଲି ଠାରୁ ନୂଆ ସପ୍ତାହ ଆରମ୍ଭ ହେବ । ଏହି ସପ୍ତାହ ଆରମ୍ଭରେ ଆପଣମାନେ ଦେଖିବେ ଯେ ଏପରି ବମ୍ ଫାଟିବ ଟିଏମସି ନିଜକୁ ସମ୍ଭାଳି ପାରିବ ନାହିଁ ।

    ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ମାଲଦା ଉତ୍ତର ନିର୍ବାଚନ କ୍ଷେତ୍ରରେ ସାର୍ବଜନିକ ର‌୍ୟାଲିରେ ସମ୍ବୋଧନ କରିଛନ୍ତି । ସେ ଟିଏମସି ଓ ବାମଦଳ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ସେ କହିଛନ୍ତି ପଶ୍ଚିମବଙ୍ଗରେ ଆଇନ ଓ ବ୍ୟବସ୍ଥା ନାମରେ କିଛି ଜିନିଷ ହିଁ ନାହିଁ । ତେଣୁ ଏଠାରେ ବିକାଶ ହୋଇପାରୁ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    93 %
    1.5kmh
    100 %
    Sat
    27 °
    Sun
    29 °
    Mon
    31 °
    Tue
    30 °
    Wed
    25 °

    ସମ୍ବନ୍ଧିତ