Friday, March 20, 2026
21 C
Odisha

    ରାତିରେ ୧୦୦ ଛୁଇଁବ ପବନ, ମାଡି ଆସିବ ଜୁଆର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୀଷଣ ବେଗରେ ସ୍ଥଳଭାଗଆଡକୁ ମାଡି ଆସୁଛି ବାତ୍ୟା ‘ଦାନା’। ଘଣ୍ଟାପ୍ରତି ୧୨ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଗତି କରୁଛି। ଏହା କେନ୍ଦ୍ରାପଡ଼ା-ଧାମରା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ। ଏହାକୁ ନେଇ ଧାମରାକୁ ସର୍ବୋଚ୍ଚ ୧୦ନଂ ବିପଦ ସଙ୍କେତ ଜାରି କରାଯାଇଛି। ସେହିଭଳି ଚାନ୍ଦବାଲି-ପୁରୀ ବନ୍ଦରକୁ ମଧ୍ୟ ୧୦ନଂ ବିପଦ ସଙ୍କେତ, ଗୋପାଳପୁର ବନ୍ଦରକୁ ୮ନଂ ବିପଦ ସଙ୍କେତ ଜାରି କରାଯାଇଛି। ତେବେ ବାତ୍ୟା ‘ଦାନା’ ପ୍ରଭାବରେ ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପବନ ବହିବା ଆରମ୍ଭ ହୋଇଛି। ୨ ଜିଲାରେ ୩୦ରୁ ୪୦ କିମି ବେଗରେ ପବନ ବହୁଥିବା ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ବାତ୍ୟା ଦାନାର ଲ୍ୟାଣ୍ଡଫଲ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ତୀବ୍ର ବେଗରେ ପବନ ବହିବ। ତେବେ IMD ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାନୁସାରେ, ଭିତରକନିକା ଓ ଧାମରା ମଧ୍ୟରେ ଅତିକ୍ରମ କରିବାବେଳେ ତାହା ସିଭିୟର ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ।

    ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ୫-୬ଘଣ୍ଟା ଯାଏଁ ଜାରି ରହିବ। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବାତ୍ୟା ସହ ଭୟଙ୍କର ବେଗରେ ପବନ ବହିବ। ଲ୍ୟାଣ୍ଡଫଲ ପ୍ରକ୍ରିୟା ଅକ୍ଟୋବର ୨୪ ମଝି ରାତିରୁ ଆରମ୍ଭ ହୋଇ ଅକ୍ଟୋବର ୨୫ ପୂର୍ବାହ୍ନ ଯାଏ ରହିବ ବୋଲି ବିଶେଷଜ୍ଞ ମୃତ୍ୟୁଞ୍ଜୟ କହିଛନ୍ତି। ଲ୍ୟାଣ୍ଡଫଲ୍‌ବେଳେ ଏହାର ତୀବ୍ରତା ଅତି ବେଶୀରେ ୧୦୦-୧୧୦ କିମି କିମ୍ବା ୧୨୦ ମଧ୍ୟ ଛୁଇଁପାରେ। ଏହି ସମୟରେ ବୈତରଣୀ, ବ୍ରାହ୍ମଣୀ ନଦୀରୁ ପ୍ରଖର ବେଗରେ ଜୁଆର ମାଡି ସ୍ଥଳଭାଗକୁ ମାଡି ଆସିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    56 %
    1.1kmh
    100 %
    Fri
    33 °
    Sat
    33 °
    Sun
    34 °
    Mon
    35 °
    Tue
    37 °

    ସମ୍ବନ୍ଧିତ