Thursday, March 5, 2026
22 C
Odisha

    ଲଜ୍ଜା; ନିଜ ମାଆକୁ ଦୁଷ୍କର୍ମ କଲା ପୁଅ

    ଆଗକୁ ପଢନ୍ତୁ

    ଦେବଗଡ଼: ମାଆଙ୍କୁ ଦୁଷ୍କର୍ମ କଲା ପୁଅ। ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ବାରକୋଟ ଥାନା ଅନ୍ତର୍ଗତ ଔତଳ ଗ୍ରାମରେ। ଏନେଇ ପୀଡିତା ମାଆ ଆଜି ସନ୍ଧ୍ୟାରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବାସହ ଅଭିଯୁକ୍ତ ସୈତାନ ପୁଅକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା ଆରମ୍ଭ କରିଥିବା ଜଣା ପଡିଛି।

    ପ୍ରକାଶ ଯେ କୌଣସି ଏକ ମାମଲାରେ ବାପା ଜେଲରେ ଥିବାବେଳେ ୪ ବର୍ଷ ପୂର୍ବେ ବିବାହ କରିଥିବା ବିବାହିତ ପୁଅ ବିଷ୍ଣୁ ମୁଣ୍ଡା ନିଜ ସ୍ତ୍ରୀ ସହ ଝଗଡା କରିବାରୁ ସ୍ତ୍ରୀ ସ୍ୱାମୀକୁ ଛାଡି ନିଜ ବାପ ଘରେ ରହୁଛି। ଘରେ ଏକୁଟିଆ ମା ଥିବା ବେଳେ ବିଭିନ୍ନ ସମୟରେ ଅଭିଯୁକ୍ତ ବିଷ୍ଣୁ ମାଆ ସହ ଗଣ୍ଡଗୋଳ କରିବା ସହ ମାଡିପିଟ କରିଆସୁଥିଲା। ଗତ ରବିବାର ସନ୍ଧ୍ୟାରେ ମାଆ ଘରେ ଶୋଇଥିବା ବେଳେ ପୁଅ ବିଷ୍ଣୁ ଏକ ଛୁରୀ ମୁନରେ ଭୟଭୀତ କରି ମାଆକୁ ଦୁଷ୍କର୍ମ କରିଥିଲା। ଲୋକ ଲଜ୍ଜା ଯୋଗୁଁ ପୀଡିତ ନିଜ ଘର ଛାଡି ପଡୋଶୀ ଗାଁ ମରାରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଚାଲିଯିବା ପରେ ଆଜି ସନ୍ଧ୍ୟାରେ ବାରକୋଟ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପୁଅ ବିଷ୍ଣୁକୁ ଅଟକ ରଖିଛି । ତେବେ ପୁଲିସର ପଚରା ଉଚୁରା ବେଳେ ଅଭିଯୁକ୍ତ ଦୁଷ୍କର୍ମ କାଣ୍ଡ ଭିଆଇଥିବା ସ୍ୱୀକାର କରିଥିବା ଜଣା ପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    25 %
    1.6kmh
    0 %
    Wed
    22 °
    Thu
    36 °
    Fri
    37 °
    Sat
    38 °
    Sun
    38 °

    ସମ୍ବନ୍ଧିତ