Thursday, March 5, 2026
19.5 C
Odisha

    ଲେଉଟିବ ଶୀତ, ଆଜି ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ଲାଗି ରହିବ। ଅପରପକ୍ଷେ ଆସନ୍ତା ୨ ଦିନ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ୨ ଦିନ ପରେ ରାଜ୍ୟରେ ପୁନଶ୍ଚ ରାଜ୍ୟକୁ ଶୀତ ଫେରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।
    କେନ୍ଦ୍ର ପ୍ରଦତ୍ତ ସୂଚନା ଅନୁଯାୟୀ ସୋମବାର ତୁଳନାରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ଅପେକ୍ଷାକୃତ ଅଧିକ ରହିଥିଲା। ଯାହାଫଳରେ ଶୀତ କମ୍‌ ଅନୁଭୂତ ହୋଇଥିଲା। ରାଉରକେଲାରେ ସର୍ବନିମ୍ନ ରାତି ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡରେ ୮.୧ ଡିଗ୍ରୀ, ଜି. ଉଦୟଗିରିରେ ୯.୬ ଡିଗ୍ରୀ, କିରେଇରେ ୯.୮ ଡିଗ୍ରୀ, ଫୁଲବାଣୀ ଓ ବୌଦ୍ଧରେ ୧୦ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.5 ° C
    19.5 °
    19.5 °
    28 %
    1.7kmh
    0 %
    Thu
    36 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ