Tuesday, March 3, 2026
23.3 C
Odisha

    ଲୋକମୁକ୍ତି ସଂଗଠନ ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ

    ଆଗକୁ ପଢନ୍ତୁ

    ବଣାଇଁ : ଜଙ୍ଗଲ ଅଧିକାର ଆଇନ ଏବଂ ମୋ ଜଙ୍ଗଲ ଜମି ଯୋଜନାର ସଠିକ କାର୍ଯ୍ୟକାରିତା ତଥା ଭୁସଂସ୍କାର ଆଇନକୁ ଉଚିତ ଭାବରେ କାର୍ଯ୍ୟକାରୀ କରି ଭୂମିହୀନଙ୍କ ଜମି ଅଧିକାର ଦାବି ନେଇ ଓଡିଶା ଜଙ୍ଗଲ ଅଧିକାର ମଞ୍ଚର ଆହ୍ୱାନ କ୍ରମେ ଲୋକମୁକ୍ତି ସଙ୍ଗଠନ ପକ୍ଷରୁ ବଣାଇଁଠାରେ ବିରାଟ ଶୋଭାଯାତ୍ରା ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରଉ କରାଯାଇଥିଲା । ପ୍ରଥମେ ଦେଓଗାଁ ଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏହାପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଲୋକମୁକ୍ତି ସଙ୍ଗଠନର ବଣାଇଁ ସଭାପତି ଦଶରଥ ଓରାମଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ଜିତବାହାନ କାଣ୍ଡାଇବୁରୁ, ପ୍ରେମ ସୋରେଙ୍ଗ, ଉପସଭାପତି କାହ୍ନୁଚରଣ ହେମ୍ୱ୍ରମ, ସଂଯୋଜକ କାଣ୍ଡେ ମୁଣ୍ଡା, ବିର୍ସାମୁଣ୍ଡା ତୁଷାର କାନ୍ତ ପାତ୍ର ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁହୋଇଥିବା ମୋ ଜଙ୍ଗଲ ଜମି ଯୋଜନାନାମରେ ଗ୍ରାମସଭାର ଅଧିକାରକୁ ଅଣଦେଖା କରାଯାଇ ଆଇନ ଉଲଂଘନ କରାଯାଉଛି । ଏହି ଆଇନ କାର୍ଯ୍ୟକାରୀ ହୋଇ ଦୀର୍ଘ ୧୫ ବର୍ଷ ଅତିକ୍ରମ ହୋଇ ସାରିଥିଲେ ମଧ୍ୟ ହଜାରହଜାର ଆଦିବାସୀ ଓ ପାରମ୍ପାରିକ ବନବାସୀ ମାନେ ଅଧିକାର ପାଇବାରୁ ବଞ୍ଚିତ ଥିବାରୁ ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ତୀବ୍ର ସମାଲୋଚନା କରି ଏହାର ସମାଧାନ ନହେଲେ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ୱନ କରାଯିବ ବୋଲି କହିଥିଲେ । ଜଙ୍ଗଲ ଅଧିକାର ଆଇନର ସଠିକ କାର୍ଯ୍ୟନ୍ୱୟନ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଜଙ୍ଗଲ ଜମି ଉପରେ ବ୍ୟକ୍ତିଗତ ଅଧିକାର ଏବଂ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପ୍ରଦାନ କାର୍ଯ୍ୟକୁ ସୁନିଶ୍ଚିତ କରିବା, ପ୍ରତ୍ୟେକ ଘରଡିହ ଶୂନ୍ୟ ପରିବାରକୁ ୪ ଡିସିମିଲ ପରିବର୍ତ୍ତେ ୧୦ ଡିସିମିଲ ଘରଡିହ ପଟ୍ଟା ଏବଂ ଦଖଲ ଚାଷ ଜମିକୁ ବନ୍ଦୋବସ୍ତ କରିବା, ପେସା ଆଇନକୁ ବଣାଇଁ ଅଞ୍ଚଳରେ ଲାଗୁ କରିବା ଆଦି ୧୧ ଦଫା ସମ୍ୱଳିତ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥିଲା । ଏହି ଶୋଭାଯାତ୍ରାକୁ ଆଦିବାସୀ ନେତା ଦଶରଥ ଓରାମ, ପ୍ରେମ ସୋରେଙ୍ଗ, କେଦାରନାଥ ମୁଣ୍ଡାରୀ, କାହ୍ନୁଚରଣ ହେମ୍ରମ, ଜିତ୍ ବାହାନ କନ୍ଦେଇବୁରୁ, ବିର୍ସାମୁଣ୍ଡା ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ବଣାଇଁ ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ୧୨୦୦ ଅଧିକ ଆଦିବାସୀ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    22 %
    2.2kmh
    7 %
    Tue
    23 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ