Friday, March 13, 2026
34.7 C
Odisha

    ଶୀତଦିନେ ଏହି ଉପାୟରେ ଲଗାନ୍ତୁ ଦେଶୀ ଘିଅ, ସୁନା ପରି ଚମକିବ ଆପଣଙ୍କ ତ୍ୱଚା

    ଆଗକୁ ପଢନ୍ତୁ

    ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଅନେକ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖା ଦେବା ଆରମ୍ଭ ହୋଇଯାଏ । ଥଣ୍ଡା ପବନ ତ୍ୱଚାର ନ୍ୟାଚୁରାଲ ନରମତାକୁ ହ୍ରାସ କରିଥାଏ । ଶୀତଋତୁରେ ଅଧିକ ଥଣ୍ଡା କାରଣରୁ ତ୍ୱଚାରେ ଡ୍ରାଏନେସ୍ ଆସିବା ଆରମ୍ଭ ହୁଏ, ଯେଉଁଥିପାଇଁ ଶୀତଦିନେ ଚର୍ମ ଫାଟିବା ମଧ୍ୟ ଆରମ୍ଭ ହୋଇଥାଏ । ମୁହଁରେ କେମିକାଲ୍ ମଶ୍ଚରାଇଜର ଲଗାଇବା ଦ୍ୱାରା ମୁହଁର ଶୁଷ୍କତା କମ୍ ହୋଇଯାଇଥାଏ, କିନ୍ତୁ ଏହାର ଅନେକ ଖରାପ ପ୍ରଭାବ ମଧ୍ୟ ତ୍ୱଚାରେ ଦେଖାଯାଏ । କିନ୍ତୁ ଆପଣ ଜାଣନ୍ତି କି ଚେହେରାକୁ ଚମକଦାର ଏବଂ ନରମ କରିବା ପାଇଁ ଆପଣ ମୁହଁରେ ଦେଶୀ ଘିଅ ଲଗାଇ ପାରିବେ?

    ଦେଶୀ ଘିଅ କେବଳ ଯେ ସ୍ୱାସ୍ଥ୍ୟ ପାଇଁ ଭଲ ତା’ ନୁହେଁ ଏହା ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ କାମ କରିଥାଏ । ବାସ୍ତବରେ ଦେଶୀ ଘିଅ ଆପଣଙ୍କ ସ୍କିନ୍‌, କେଶ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ । କିନ୍ତୁ ଦେଶୀ ଘିଅ ଦ୍ୱାରା ବିୟୁଟି ବେନିଫିଟ୍‌ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ତେବେ ଅନେକ ଲୋକ ଅଛନ୍ତି ମୁହଁରେ ଘିଅ କିପରି ବ୍ୟବହାର କରିବେ ଜାଣନ୍ତି ନାହିଁ, ଏହି କାରଣରୁ ସେମାନେ ଘିଅର ଉପକାରିତା ବିଷୟରେ ଜାଣିପାରନ୍ତି ନାହିଁ । ତାହେଲେ ଆସନ୍ତୁ ଜାଣିବା ଯେ ସ୍କିନ୍‌ରେ ଘିଅ ଲଗାଇବାର ଫାଇଦା କ’ଣ ଏବଂ ଏହାକୁ କିପରି ଲଗାଇବା ।

    ଶୀତ ଋତୁରେ ଅଧିକାଂଶ ଲୋକ ଡ୍ରାଏ ସ୍କିନ୍ ସମସ୍ୟାରେ ଅସୁବିଧାରେ ପଡ଼ନ୍ତି । ଡ୍ରାଏ ସ୍କିନ୍ ଯୋଗୁଁ ମୁହଁର ଚମକ କମିଯାଏ । ଡ୍ରାଏ ସ୍କିନ୍ ଯୋଗୁଁ ତ୍ୱଚା ମଧ୍ୟ ଦୁର୍ବଳ ଓ ନିର୍ଜୀବ ଦେଖାଯାଏ । ଯଦି ଆପଣଙ୍କ ତ୍ୱଚା ମଧ୍ୟ ଶୁଷ୍କ ଏବଂ ନିର୍ଜୀବ ଦେଖାଯାଉଛି, ତେବେ ଆପଣ ନିଜ ଚେହେରାର ଚମକ ବଢାଇବା ପାଇଁ ଦେଶୀ ଘିଅ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ମୁହଁରେ ଦେଶୀ ଘିଅ କିପରି ଲଗାଇବେ । ଉଜ୍ଜ୍ୱଳ ତ୍ୱଚା ପାଇଁ ଆପଣ ଦେଶୀ ଘିଅକୁ ନାଇଟ୍ କ୍ରିମ୍ ଭାବରେ ବ୍ୟବହାର କରିପାରିବେ । ରାତିରେ ଦେଶୀ ଘିଅ ଲଗାଇ ମୁହଁରେ ଶୋଇବା ଦ୍ୱାରା ତ୍ୱଚାରେ ଡ୍ରାଏନେସ ହୋଇନଥାଏ ।

    ଘିଅ ଲଗାଇବା ପୂର୍ବରୁ ତ୍ୱଚାକୁ ଭଲ ଭାବେ ସଫା କରନ୍ତୁ। ଏହା ପରେ ଆଙ୍ଗୁଠି ସାହାଯ୍ୟରେ ଦେଶୀ ଘିଅ ମୁହଁରେ ଲଗାନ୍ତୁ । ଶୀତ ଋତୁରେ ମୁହଁ ମାଲିସ କରିବା ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଘିଅରେ ମୁହଁକୁ ମାଲିସ୍ କରିବା ଦ୍ୱାରା ତ୍ୱଚା ସୁସ୍ଥ ରହିଥାଏ, ସେହିପରି ତ୍ୱଚାକୁ ଅନେକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ । ସେହିଭଳି ଘିଅ ଫାଟିଥିବା ଓଠକୁ ନରମ ଏବଂ ଚମକଦାର ମଧ୍ୟ କରିଥାଏ । ଯଦି ଆପଣଙ୍କ ଓଠ ଫାଟିଯାଏ ତେବେ ଆପଣ ପ୍ରତିଦିନ ଆପଣଙ୍କ ଓଠରେ ଘିଅକୁ ଲିପ୍ ବାମ୍ ଭାବରେ ବ୍ୟବହାର କରିପାରିବେ । ଏହା ଆପଣଙ୍କ ଓଠକୁ ମଇଶ୍ଚରାଇଜ୍ ରଖିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    11 %
    0.9kmh
    5 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ