Monday, October 19, 2026
21.9 C
Odisha

    ଘରୁ ବାହାରିଲା ବେଳେ ଯଦି ଏହି ସବୁ ଜିନିଷ ଦେଖନ୍ତି ତେବେ ଜାଣିବେ ଯେ ଆପଣଙ୍କ କାର୍ଯ୍ୟ ସିଦ୍ଧ ହେବ, ଜାଣନ୍ତୁ କଣ ଏହି ସଙ୍କେତ

    ଆଗକୁ ପଢନ୍ତୁ

    ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ ଭଗବାନଙ୍କୁ ହାତ ଯୋଡ଼ି ବାହାରିଲେ ସବୁ କାମ ଶୁଭ ହୋଇଥାଏ। ଏହାଛଡ଼ା ଜ୍ୟୋତିଷଶାସ୍ତ୍ରରେ ଏଭଳି କିଛି ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ଯାତ୍ରା ସମୟରେ ଦେଖିଲେ ଶୁଭ ବୋଲି କୁହାଯାଏ। ଏପରିକି ଯେଉଁ କାମରେ ଯାଉଥିବ ତାହା ପୂରଣ ହୁଏ । ଆସନ୍ତୁ ଜାଣିବା:-

    ଗାଇ ଦେଖିବା ଶୁଭ: ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେତେବେଳେ ବ୍ୟକ୍ତି କୌଣସି ଜରୁରୀ କାମରେ ଘରୁ ବାହାରେ ସେତେବେଳେ ରାସ୍ତାରେ ଗାଇ ତାର ବାଛୁରୀକୁ କ୍ଷୀର ଖୁଆଉଥିବା ଦେଖିଲେ ଶୁଭଫଳ ମିଳେ। ଯାତ୍ରା ମଙ୍ଗଳମୟ ହୁଏ। ଏହାଛଡ଼ା ଗାଇର ଗୋବର ଦେଖିଲେ ଶୁଭ ବୋଲି କୁହାଯାଏ।

    ଶବ ଯାତ୍ରା ଦେଖିବା ଶୁଭ: ଘରୁ ବାହାରକୁ ବାହାରିବା ସମୟରେ ଯଦି କାହାର ଅନ୍ତିମ ଯାତ୍ରା ଆଖିରେ ପଡେ ତେବେ ଶୁଭ ଫଳ ମିଳିଥାଏ। ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଏମିତିରେ ଶବଯାତ୍ରାଙ୍କୁ ହାତ ଯୋଡ଼ି ପ୍ରଣାମ କରି ଆଗକୁ ଯାଆନ୍ତୁ।

    ଶଙ୍ଖ କିମ୍ବା ଘଣ୍ଟି ଧ୍ୱନୀ ଶୁଭିବା ଶୁଭ: ଘରୁ ବାହାରକୁ ବାହାରୁଥିବା ସମୟରେ ଯଦି ଶଙ୍ଖ ଅଥବା ଘଣ୍ଟି ବାଜିବା ଶବ୍ଦ କାନରେ ପଡେ ତେବେ ଯାତ୍ରା ସଫଳ ହେବ ବୋଲି ଜାଣି ନିଅନ୍ତୁ।

    ସକାଳୁ ଭିକାରିକୁ ଦାନ କରିବା ଶୁଭ : ସକାଳୁ ସକାଳୁ ଯଦି ଭିକାରି ଘରୁ ଆସନ୍ତି ତେବେ ତାହା ଶୁଭ। କୁହାଯାଏ ଯଦି ଭିକାରିକୁ ଦାନ କରିବ ତେବେ ଶୀଘ୍ର ଆପଣଙ୍କ ଫସି ରହିଥିବା କାମ , ଉଧାର ଦେଇଥିବା ଧନ ନଚେତ ବ୍ୟାପାରରେ ଲାଭ ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ