Saturday, July 27, 2024
24.6 C
Odisha

    ସୁନାଶଙ୍ଖ ନାଁରେ ପିତ୍ତଳଶଙ୍ଖ ଦେଇ ଠକିଦେଲେ ୱେବ ସାମ୍ବାଦିକ

    ଆଗକୁ ପଢନ୍ତୁ

    ସୁନାଶଙ୍ଖ ନାଁରେ ପିତ୍ତଳଶଙ୍ଖ ଦେଇ ଠକେଇ ଅଭିଯୋଗ । ଅଭିଯୋଗକୁ ଭିତ୍ତିକରି କୋରାପୁଟ ସଦର ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ୫୦ ହଜାର ଟଙ୍କା ଓ ପିତ୍ତଳ ଶଙ୍ଖ ଜବତ କରିଛି । ଏ ନେଇ କୋରାପୁଟ ଏସଡିପିଓ ଡ ଶ୍ରାବଣୀ ନାୟକ ସ୍ଥାନୀୟ ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ କୋରାପୁଟ ସଦର ଥାନା ଅନ୍ତର୍ଗତ ଲିଟି ମାଳିଗୁଡାର ଚିତ୍ରସେନ ଖୋସ୍ଲା (୩୮) ଓ ବିସିଂପୁର ଥାନା ଅନ୍ତର୍ଗତ ଭାଲିଆଗୁଡାର ମାନସ ଖରା (୨୨) । ସଦର ପୁଲିସ କେସ ନମ୍ବର– ୭୭,ଧାରା ୪୨୦ ଓ ୫୦୬ରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

    ସୂଚନାଯୋଗ୍ୟ ଯେ ଅଭିଯୋଗକାରୀ ନନ୍ଦପୁର ଥାନା ଖଡଗପୁଟ ଗ୍ରାମର ଧନପତି ଆରାଲ୍ୟେ ଏକ ଏନଜିଓରେ କାର୍ଯ୍ୟ କରନ୍ତି । ସେ କୋରାପୁଟରେ ଏକ କାର୍ଯ୍ୟକ୍ରମ କରୁଥିବା ବେଳେ କୋରାପୁଟ ସଦରଥାନା ଅନ୍ତର୍ଗତ ଲିଟିଗୁଡା ଗ୍ରାମର ଚିତ୍ରସେନ ଖୋସ୍ଲାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ସେହି ସମୟରେ ଚିତ୍ରସେନ ଧନପତିଙ୍କୁ ଏକ ସୁନା ଶଙ୍ଖ ତାଙ୍କ ପାଖରେ ଅଛି ଯାହାର ମୂଲ୍ୟ ୪କୋଟି ଟଙ୍କା ହେବ କିନ୍ତୁ ସେ ସେହି ଶଙ୍ଖକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରିବେ ବୋଲି ପ୍ରସ୍ତାବ ଦେଇଥିଲେ । ଗତବର୍ଷ ଅଗଷ୍ଟ ମାସ ୧୯ ତାରିଖରେ ଧନପତି ତାଙ୍କ ବନ୍ଧୁ ସରୋଜ ଖିଲଙ୍କ ଉପସ୍ଥିତିରେ ଚିତ୍ରସେନକୁ ୪ଲକ୍ଷ ୩୫ ହଜାର ଟଙ୍କା ଦେଇ ସୁନା ଶଙ୍ଖ ଟିକୁ ନେଇଥିଲେ । ପରେ ଭୂବନେଶ୍ୱରଠାରେ ସୁନା କାରିଗରଙ୍କ ପାଖରେ ଶଙ୍ଖ ଟିକୁ ଯାଞ୍ଚ କରିବା ପରେ ତାହା ପିତ୍ତଳ ବୋଲି ଜଣାପଡିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ