Monday, September 28, 2026
23.6 C
Odisha

    କ୍ୟାନ୍ସର କବଳରେ କୋରାପୁଟ: ୮ ବର୍ଷରେ ୭୨୩୮ ଆକ୍ରାନ୍ତ, ବର୍ଷକରେ ୫୩୫ ନୂଆ ଆକ୍ରାନ୍ତ

    ଆଗକୁ ପଢନ୍ତୁ

    ଜୟପୁର: କୋରାପୁଟ ଜିଲ୍ଲାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ୍ ) ପରିସରରେ ଗତ ୮ବର୍ଷ ତଳେ ଆରମ୍ଭ ହୋଇଥିଲା କ୍ୟାନ୍ସର ରୋଗୀଙ୍କ ପାଇଁ ମାଗଣାରେ ସ୍ବାସ୍ଥ୍ୟ ସେବା। ଏହି ୮ବର୍ଷରେ ୭୨୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଭଳି ବର୍ଷକରେ ଜିଲ୍ଲାରେ ନୂଆ ୫୩୫ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା । ପ୍ରାୟ ୪୦ ପ୍ରତିଶତ ସ୍ତନ କର୍କଟରେ ଆକ୍ରାନ୍ତ । ରୋଗ ହେଲେ ଡରିବା ଅନାବଶ୍ୟକ । ଆଗୁଆ ପଦକ୍ଷେପ ଦ୍ଵାରା ମହାମାରୀ ରୋକି ହେବ ବୋଲି ଡାକ୍ତରମାନେ କହିଛନ୍ତି। ଏବେ ପର୍ଯ୍ୟନ୍ତ ଜିଲ୍ଲାରୁ ୭୨୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ରୋଗୀ ୩ ହଜାର ୫୭୩ ଏବଂ ମହିଳା ୩ ହଜାର ୬୬୫। ମହିଳାଙ୍କ ମଧ୍ୟରୁ ସବାଧିକ୧୪୫୯ ସ୍ତନ କର୍କଟରେ ଆକ୍ରାନ୍ତ । ୮୨୯ ମୁଖ ଗହ୍ଵର(ଓରାଲ, ହେଡ୍ ଆଣ୍ଡ ନେକ), ୮୦୭ ପେଟ ଜନିତ ରୋଗୀ। ଲସ, ସର୍ଭାଇକାଲ, ଓଭାରୀ ସହ ଅନ୍ୟାନ୍ୟ କ୍ୟାନ୍ସର ରୋଗୀ ବି ଅଛନ୍ତି । ୪ ହଜାର ୧୧୭ ଜଣଙ୍କୁ କେମୋଥେରାପି ଦିଆଯାଇଥିବା ବେଳେ ରୋଗ ଉପଶମ ଚିକିତ୍ସା(ପାଲିଏଟିଭ୍ କେୟାର) ନେଇଛନ୍ତି ୪ ହଜାର ୩୭୨।

    ଡିଏଚଏଚରେ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଡେ’ କେୟାର ୟୁନିଟ୍ ବି ଖୋଲାଯାଇଛି। ରୋଗ ଚିହ୍ନଟରୁ ଆରମ୍ଭ କରି ପରୀକ୍ଷା, କେମୋଥେରାପି ଏବଂ ଔଷଧ ସବୁ ମାଗଣାରେ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଡିଡିସିସି ଅଧିକାରୀ ଡାକ୍ତର ଐଶ୍ବର୍ଯ୍ୟ କୁମାର ପୃଷ୍ଟି। ଆଗୁଆ ରୋଗ ଚିହ୍ନଟ, ପରୀକ୍ଷା, ଚିକିତ୍ସା, ପରବର୍ତ୍ତୀ ସେବା ଏବଂ ସଚେତନତା ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି କହିଛନ୍ତି ଡ.ପୃଷ୍ଟି । ହାତପାଆନ୍ତାରେ ମିଳୁଥିବା ଚିକିତ୍ସା ସୁବିଧା ଆପଣାଇଲେ, ରୋଗୀ ସାଧାରଣ ଜୀବନଯାପନ କରିପାରିବ। ରୋଗୀ ଏବଂ ଚିକିତ୍ସା ମଧ୍ୟରେ ଥିବା ଦୂରତା କମାଇବାକୁ ପଡିବ । ଯାହା ସ୍ବାସ୍ଥ୍ୟକର୍ମୀ, ସ୍ଵେଚ୍ଛାସେବା, ଡାକ୍ତର ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ଦ୍ୱାରା ସମ୍ଭବ । ଲକ୍ଷଣ ଜଣାପଡିଲେ, ଡେରି ନକରି ଡାକ୍ତରଙ୍କ ପରାମର୍ଶ ସହ ଆବଶ୍ୟକ ଔଷଧ ଖାଇବା ଦରକାର। ଏହା ସଂକ୍ରମଣ ସମ୍ଭାବନାକୁ କମ୍ କରିଥାଏ ବୋଲି କହିଛନ୍ତି ଡ.ପୃଷ୍ଟି। ସେଭଳି କିଛି ଗୁରୁତର ମୁଖ ଗହ୍ବର କର୍କଟ,ମୁଖ କର୍କଟ ହୋଇ ବ୍ୟାଥାରେ ହଇରାଣ ହେଉଥିଲେ ଏଠାରେ ଥଇବା ଉପଶମ କେନ୍ଦ୍ରରେ ସ୍ବତନ୍ତ୍ର ଭାବେ ସେମାନଙ୍କ ପାଇଁ ମାଗଣାରେ ଔଷଧ ଦେଇ ବ୍ୟଥା କମାଇବା ବ୍ୟବସ୍ଥା ବି ରହିଛି ବୋଲି କହିଛନ୍ତ ଡ.ପୃଷ୍ଟି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ